କୁନି କୁନି ପିଲାଙ୍କ ଦ୍ୱାରା ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମ
ଆଳି(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଡିପିଆଇଏସ୍ ସ୍କୁଲ୍ ପକ୍ଷରୁ ବନ୍ଦେମାତରମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛୋଟ ପିଲାଙ୍କ ଦ୍ୱାରା ନୃତ୍ୟ,ଗୀତ,ଏକକ ଅଭିନୟ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଳି ତହସିଲଦାର ଅଶ୍ୱିନ୍ କୁମାର ଭୂୟାଁ ଯୋଗ ଦେଇଥିଲେ।