ମୋହନା: କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ୍ରେ ଛାଡ଼ି ଫେରୁଥିବାବେଳେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ନାରିଙ୍ଗି ଘାଟିରେ ଏକ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଓଲଟି ଭ୍ୟାନ୍ଟି ଘାଟିରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ଭ୍ୟାନ୍ ଡ୍ରାଇଭର୍ ଗୁରୁତର ଭାବେ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଭ୍ୟାନ୍ଟି ଚାନ୍ଦିପୁଟରରୁ ୨ କରୋନା ଆକ୍ରାନ୍ତଙ୍କୁ ନେଇ ପାରାଳାଖେମୁଣ୍ଡି କୋଭିଡ୍ ହସ୍ପିଟାଲ ଯାଇଥିଲେ। ସେଠାରେ ସେମାନଙ୍କୁ ଛାଡ଼ି ମୋହନା ଫେରୁଥିଲା। ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ନାରିଙ୍ଗି ଘାଟିରେ ଓଲଟି ପଡ଼ିଥିଲା।
ପଛରେ ଅନ୍ୟ ଏକ ଗାଡ଼ିରେ କିଛି ମେଡିକାଲ୍ କର୍ମଚାରୀ ଆସୁଥିଲେ। ମେଡିକାଲ୍ କର୍ମଚାରୀ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଡ୍ରାଇଭରଙ୍କୁ ଉଦ୍ଧାର କରି ମୋହନା ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ MKCG ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା।