ଏସି ବନ୍ଦ, ଯୁକ୍ତ ୨ ଖାତା ଦେଖା ବି ବନ୍ଦ !

ଭୁବନେଶ୍ୱର:  ମୂଲ୍ୟାୟନ କେନ୍ଦ୍ରରେ ଏସି ବନ୍ଦ ହେବାରୁ ଯୁକ୍ତ ଦୁଇ ଖାତାଦେଖା ବନ୍ଦ ହୋଇଯାଇଛି। ଖାତାଦେଖା ଛାଡି ଧାରଣାରେ ବସିଲେ ପ୍ରାୟ ଦେଢଶହରୁ ଉର୍ଦ୍ଧ୍ୱ ଅଧ୍ୟାପକ ଓ ଅଧ୍ୟାପିକା । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଜି ଦେଖାଦେଇଛି ଏମିତି ଅବ୍ୟବସ୍ଥା।

+୨, କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ଖାତା ମୂଲ୍ୟାୟନ ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା। କଲେଜ ଅଧ୍ୟକ୍ଷା ଏସି ରିମୋଟ ନେଇ ଚାଲି ଯିବାରୁ ସମସ୍ତେ ଖାତା ଦେଖା ବନ୍ଦ କରି ଦେଇଥିଲେ। ଅଧ୍ୟକ୍ଷାଙ୍କ ବିରୋଧରେ ସ୍ଳୋଗାନ ଦେଇ ଏସି ନ ଚାଲିବା ପର୍ଯ୍ୟନ୍ତ ପରୀକ୍ଷା ଖାତା ମୂଲ୍ୟାୟନ କରିବେ ନାହିଁ ବୋଲି ଜିଦ୍ ଧରି ବସିଥିଲେ ସମସ୍ତେ। ଦୀର୍ଘ ଏକ ଘଣ୍ଟା ଧରି ଖାତା ଦେଖା ବନ୍ଦ ଥିଲେ ମଧ୍ୟ ଅଧ୍ୟକ୍ଷା କଲେଜକୁ ଆସି ନ ଥିବା ସୂଚନା ମିଳିଛି। ତେବେ ଖାତା ଦେଖାରେ ଅବ୍ୟବସ୍ଥା ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like