ପୁରୀରେ ପହଞ୍ଚିଲା ବାଜପେୟୀଙ୍କ ଅସ୍ଥିକଳସ ଶୋଭାଯାତ୍ରା

ମହୋଦଧିରେ ବିସର୍ଜନ ହେବ ଚିତାଭସ୍ମ

ପୁରୀ : ପୁରୀରେ ପହଞ୍ଚିଲା ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ। ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ ମୁଖ୍ୟାଳୟରୁ ଏକ ବିରାଟ ପଟୁଅାରରେ ପୁରୀ ଅଣାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଅାଉ କିଛି ସମୟ ପରେ ମହୋଦଧିରେ ବିସର୍ଜନ କରାଯିବାକୁ କାର୍ଯ୍ୟକ୍ରମ ରହିଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ରଖାଯାଇଥିବା ବେଳେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଅାସି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅାଜି ମହୋଦଧିରେ ଚିତାଭସ୍ମ ବିସର୍ଜନ ପରେ ରାଜ୍ୟର ପ୍ରମୁଖ ୪ଟି ନଦୀ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ଋଷିକୁଲ୍ୟାରେ ବିସର୍ଜନ କରିବାକୁ ଯୋଜନା କରିଛି ବିଜେପି।

You might also like