ଏଣିକି ଘରୋଇ ମେଡିକାଲରେ ହେବ ଟିକାକରଣ

ଭୁବନେଶ୍ୱର: ଏଣିକି ରାଜ୍ୟର ଘରୋଇ ମେଡିକାଲରେ ହେବ କରୋନା ଟିକାକରଣ। ରାଜ୍ୟର ପ୍ରାୟ ୧୮୩ ଘରୋଇ ହସ୍ପିଟାଲରେ ଟିକାକରଣ ହେବ ବୋଲି ଜଣାଯାଇଛି। ଘରୋଇ ହସ୍ପିଟାଲରେ ଟିକାକରଣ କେନ୍ଦ୍ର ପାଇଁ  ଅନୁମତି ମିଳିଛି। ରାଜ୍ୟ ସରକାରଙ୍କୁ ଟିକା କେନ୍ଦ୍ର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ତେବେ କେନ୍ଦ୍ରର ଅନୁମତି ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଘରୋଇ ମେଡିକାଲରେ ଟିକାକରଣ କେନ୍ଦ୍ର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଥିଲେ ପ୍ରଦୀପ୍ତ।

ଗୋଟିଏ ପଟେ ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହେଉଥିବା ସମୟରେ ଏବେ ଘରୋଇ ମେଡିକାଲରେ ଟିକାକରଣ ହେବା ଖବର ରାଜ୍ୟ ସରକାରଙ୍କ ପାଇଁ ଆଶ୍ୱସ୍ତି ଆଣିଥିବା ନେଇ ଚର୍ଚ୍ଚା ଚାଲିଛି।

You might also like