• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: କରୋନା ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସ୍‌ରେ ଦିଆଯିବ କରୋନା ଟିକା । ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଏହି ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ୍‌।

୧ମ ଫେଜ୍‌ରେ  ଗୃହ ଓ ନଗର ଉନ୍ନୟନ କର୍ମଚାରୀଙ୍କୁ ଟିକା ଦିଆଯିବ। ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ଟିକା ଦିଆଯିବ। ୬ରୁ ଟିକାକରଣ ଆରମ୍ଭ ହେବ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ। ଟିକାକରଣ ପାଇଁ ୧ ଲକ୍ଷ ୯୨ ହଜାର ସମ୍ମୁଖ ଯୋଦ୍ଧାମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଚିହ୍ନଟ ପରେ ସେମାନଙ୍କୁ ସେମାନଙ୍କ ଅଫିସ୍‌ରେ ଟିକା ଦିଆଯିବ। ମିଳିଥିବା ସୂଚନା ଅନୁସାରେ ୩ ସପ୍ତାହ ମଧ୍ୟରେ ଟିକାଦାନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। 

ଏଠି କହିରଖିବୁ, ଓଡ଼ିଶାକୁ ଆଜି ୬୩ ହଜାର ୯୦ ଡୋଜ୍ କୋଭିସିଲ୍ଡ ଟିକା ଆସିଛି। ସେହିପରି ୮୩ ବଜାର ୫ ଶହ କୋଭାକ୍ସିନ ଟିକା ମଧ୍ୟ ଆସିଛି । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟିକା ଦିଆଯାଇଛି  ଯାହା ୬୨ ପ୍ରତିଶତ । ପ୍ରଥମ ଫେଜ୍‌ର ଟିକାକରଣ ୧୦ ତାରିଖ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଫେବ୍ରୁଆରୀ ୧୫ରୁ ଦ୍ୱିତୀୟ ଫେଜ୍ ଡୋଜ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏହି ଟିକାକରଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ, CDMOମାନଙ୍କୁ ଏସିଏସ୍‌ ଚିଠି କରିଛନ୍ତି।  ଏଥିପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଠିକା ଟିକା କର୍ମୀଙ୍କୁ ଦୈନିକ ୫ଶହ ଭତ୍ତା ଦେବାକୁ ଚିଠିରେ କୁହାଯାଇଛି। ଟିକା ଯେମିତି ଅପଚୟ ନହେବ, ଆଗୁଆ ଟ୍ରେନିଂ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

ସୂଚନାଥାଉ କି, ଗତ ଜାନୁଆରୀ ୧୬ରେ ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହୋଇଥିଲା। କ୍ୟାପିଟାଲ୍ ହସ୍ପିଟାଲରେ ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୧୬୧ଟି କେନ୍ଦ୍ରରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯାଇଥିଲା। 
ଯାହା ବି ହେଉ, ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ହ୍ରାସ ପାଇଥିଲେ ହେଁ ସମ୍ପୂର୍ଣ୍ଣ ଛାଡ଼ି ନାହିଁ। ଏବେ ବି କରୋନାକୁ ନେଇ ବିପର୍ଯ୍ୟସ୍ତ ହୋଇଥିବା ଜୀବନଯାତ୍ରା ସ୍ୱାଭାବିକ ହୋଇ ନାହିଁ। ଏପରି କ୍ଷେତ୍ରରେ ଭାକ୍ସିନ ଆଶାର ଆଲୋକ ନେଇ ଆସିଛି।

https://youtu.be/XrWzqmfDHdI

Vaccine-will-given-to-front-warriors-in-their-office
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories