ମେ’ ୧ରେ ୧୮-୪୪ ବର୍ଷ ବୟସ୍କଙ୍କୁ ମିଳି ନ ପାରେ ଟିକା- ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଘରେ ଘରେ କରୋନା ରୋଗୀ। ଡାକ୍ତରଖାନାରେ ବେଡର ଅଭାବ। ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ ଅଭାବ। ଏପଟେ ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମଣ। ରାଜ୍ୟରେ ଦୈନିକ ସଂକ୍ରମଣ ୮ ହଜାର ଟପିଲାଣି। ଦିନକରେ ଆଜି ୮୬୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏପରି ପିରସ୍ଥିତିରେ ଟିକାକରଣକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି।

ମେ‘ ୧ ତାରିଖରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ସମସ୍ତ ବ୍ୟକ୍ତିଙ୍କ ଟିକାକରଣ  ପାଇଁ ସରକାର ଘୋଷଣା କରିଥିଲେ। ହେଲେ ଟିକାକରଣ ନେଇ ଏବେ ଦ୍ୱନ୍ଦ୍ୱ ଦେଖା ଦେଇଛି। ଟିକାକରଣ ନେଇ  ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଦ୍ୱନ୍ଦ୍ୱ ପ୍ରକାଶ କରିଛିନ୍ତି।

ସେ କହିଛନ୍ତି, ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି। ଏପରିକି ସେକେଣ୍ଡ ଡୋଜ୍ ଦେବା ପାଇଁ ମଧ୍ୟ ରାଜ୍ୟରେ ଟିକା ନାହିଁ । ସେକେଣ୍ଡ ଡୋଜ୍ ପାଇଁ ୬ ଲକ୍ଷ ଦରକାର । ତେଣୁ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କ ଟିକାକରଣ ନେଇ ଅନଶ୍ଚୟତା ଦେଖା ଦେଇଛି। ଡା.ପାଣିଗ୍ରାହୀ କହିଛନ୍ତି, ଶନିବାର ଓ ରବିବାର ସଟ୍‌ଡାଉନ୍ ଥିବାରୁ ରାଜ୍ୟରେ ଟିକାକରଣ ବନ୍ଦ ରହିବ । ସୋମବାରରୁ ପୁଣି ଆରମ୍ଭ ହେବ ଟିକା ।

ତେବେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କେବେ ଟିକା ଦିଆଯିବ ତାହା ପରେ ସ୍ଥିର ହେବ । ସେକେଣ୍ଡ ଡୋଜ୍ ଦେବା ପାଇଁ ମଧ୍ୟ ରାଜ୍ୟରେ ଟିକା ନାହିଁ ।  ଏ ନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ଚାଲିଛି । ଅଗ୍ରାଧିକାର ଭିତ୍ତିରେ ସେକେଣ୍ଡ ଡୋଜ୍ ଦେବାକୁ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।

ଡା.ପାଣିଗ୍ରାହୀ କହିଛନ୍ତି, ଗୋଟିଏ କେନ୍ଦ୍ରରେ ୪ ଶହରୁ ଅଧିକ ଟିକା ଦିଆଯାଇପାରିବ। ନାହିଁ ତେଣୁ କିଛି ଲୋକେ ଫେରିଯାଉଥିବା ସେ ସୂଚନା ଦେଇଛନ୍ତି। ଆଜି ୩୯୨ଟି ସେସନରେ ଟିକାକରଣ ଚାଲିଛି । ୫ଟି ସ୍ଥାନରେ ବନ୍ଦ ଅଛି । ୧ ଲକ୍ଷ ୬ ହଜାର ୩୬୦ ଡୋଜ୍ କୋଭିସିଲ୍‌ଡ ଓ ୩ ଲକ୍ଷ ୩୪ ହଜାର ୫ ଶହ କୋଭାକ୍ସିନ୍ ଥିବା ବିଜୟ ପାଣିଗ୍ରାହୀ କହିଛନ୍ତି।

ସୂଚନାଥାଉ କି, ଆଜି ରାଜ୍ୟରେ ୮୬୮୧ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୪ ଜଣ ଆଖି ବୁଜିଛନ୍ତି। ବିଶେଷକରି ଖୋର୍ଦ୍ଧା ଜିଲ୍ଲାରୁ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ସଂକ୍ରମିତ ବାହାରୁଛନ୍ତି।  ସଂକ୍ରମଣ ହାର ଦେଖିବା ପରେ  ମାର୍କେଟ ବିଲ୍‌ଡିଂ, ଇନ୍ଦ୍ରଧନୁ ମାର୍କେଟ, କୋର୍ଟ ଇତ୍ୟାଦିକୁ ବନ୍ଦ କରି ଦିଆଯାଇଛି। ମେ’ ୧ ତାରିଖରୁ ନନ୍ଦନକାନନ ବନ୍ଦ ରହିବ ବୋଲି ମଧ୍ୟ କୁହାଯାଉଛି।

You might also like