ରାଜଧାନୀରେ ଘର ଘର ବୁଲି ଦିଆଗଲା କୋଭିଡ ଟିକା

ଭୁବନେଶ୍ୱର: ରାଜଧାନୀରେ କମୁନି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ତାଲିକାର ସବୁଠାରୁ ଉପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଜିଲ୍ଲା ଭିତରେ ସବୁଠାରୁ ଅଧିକ ରୋଗୀ ବାହାରୁଛନ୍ତି ରାଜଧାନୀ ଭୁବନେଶ୍ୱରରୁ। ଏ ନେଇ ରାଜାଧାନୀରେ ଟିକାକରଣକୁ ଜୋରଦାର କରାଯାଇଛି।

ଆଜିଠୁ ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ ହୋଇଛି । ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଘର ଘର ବୁଲି ଟିକା ଦିଆଯାଉଛି । ବିଏମସିର ୩ଟି ଜୋନର ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟିକାକରଣ।

ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଏଭଳି ଅଭିଯାନ ନେଇ ବିଏମସି ଜେଡିସି ଅଶୁଂମାନ ରଥ ସୂଚନା ଦେଇଛନ୍ତି । ବିଏମସିରେ କୋଭାକ୍ସିନ୍ ଟିକାର ଅଭାବ ରହିଛି। ଏଥିପାଇଁ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ କ୍ଷେତ୍ରରେ ସାମୟିକ ଭାବେ ସ୍ଲଟ୍ ବୁକିଂ ସ୍ଥଗିତ ରଖିଛ।

ବିଏମସି ତଥ୍ୟ ଅନୁଯାୟୀ, ମେ ୩ତାରିଖରୁ ୨୮ତାରିଖ ମଧ୍ୟରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ୧ ଲକ୍ଷ ୫୧ ହଜାର ୪୨୬ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି ।

ସୂଚନାଥାଉ କି, ଗତକାଲି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ୩୫ ଜଣଙ୍କର ମୃତ୍ୟୁ ଘଟିଛି।  ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆଜି ରାଜ୍ୟରେ ୨୪ ଘଣ୍ଟାରେ  ୮୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ  ୪୬୫୫ ଲୋକାଲ କଣ୍ଟାକ୍ଟ ଥିବାବେଳେ ୩୬୫୮ କ୍ୱାରେଣ୍ଟିନେର ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୯୭୪ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ଅନ୍ୟପକ୍ଷେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ କାବୁ କରିବା ପାଇଁ ପ୍ରଥମେ ମେ ୫ରୁ ୧୯ ଯାଏଁ ଲକ୍‌ଡାଉନ ଘୋଷଣା ହୋଇଥିଲା, ଯାହାକୁ ପରେ ଜୁନ୍ ୧ ଯାଏଁ ଏବଂ ପୁଣି ଜୁନ୍ ୧୭ ଯାଏଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ସେହିପରି ଦେଶରେ କୋଭିଡ୍ ମାମଲାରେ ସୁଧାର ଆସୁ ନଥିବାରୁ ପୁଣି ଥରେ ଜାତୀୟ ଐତିହ୍ୟ ସ୍ଥଳୀ ବନ୍ଦ ଅବଧିକୁ ଜୁନ ୧୫ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

 ମେ’ ମାସ ଘାତକ ଥିଲା । ଏବେ କରୋନାର ଟ୍ରେଣ୍ଡ କମୁଛି। ଜୁନ ମାସରେ ସେପରି ହେବନି ବୋଲି ଆଶା କରାଯାଉଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, 

You might also like