ସପ୍ତାହାନ୍ତ ଲକଡାଉନ୍‌ରେ ବନ୍ଦ ରହିବ ଟିକାକରଣ

କାୟା ମେଲାଉଛି କରୋନା

ଭୁବନେଶ୍ୱର: ସପ୍ତାହାନ୍ତ ସଟଡାଉନରେ ବନ୍ଦ ରହିବ ଟିକା କରଣ। ସମସ୍ତ ସହରାଞ୍ଚଳରେ ଶନି ଓ ରବିବାର ଟିକାକରଣ ବନ୍ଦ ରହିବ ବୋଲି ସୂଚନା ମିଳିଛି। ୧୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହରେ ୨ ଦିନ ଟିକାକରଣ ବନ୍ଦ ରହିବ। ଏହାସହ ୧୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହରେ ୨ ଦିନ ଟିକାକରଣ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଏହାସହ ଅନ୍ୟ ସମସ୍ତ ଅଞ୍ଚଳରେ ନିରବଚ୍ଛିନ୍ନ ଟିକାକରଣ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏନେଇ ସମସ୍ତ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ACS।

ଏଠାରେ ଆମେ କହିରଖୁଛୁ ଯେ, କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟରେ ପୁଣି କଠୋର ହେଲା କଟକଣା। ସାରା ରାଜ୍ୟକୁ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଆସନ୍ତା ୧୭ ତାରିଖଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି କର୍ଫ୍ୟୁ ବଳବତ୍ତର ରହିବ।

ତେବେ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିଚାଲିଛି। ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ୧୭ ତାରିଖ ଶନିବାର ଠାରୁ ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁର ସମୟ ପରିବର୍ତ୍ତନ କରାଯାଇ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ହେବ ବୋଲି ଗତକାଲି ମୁଖ୍ୟ ଶାସନ ସଚିବ କହିଛନ୍ତି।  ସେହିପରି ଭୁବନେଶ୍ୱର, କଟକ ସମେତ ବାକି ୨୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ସମୟ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ହୋଇଥିବାରୁ ଏହାକୁ ପ୍ରତିହତ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି।

ଏହାସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସବୁ ଜିଲ୍ଲାର ସହରାଞ୍ଚଳ ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତି କର୍ଫ୍ୟୁ ଶନିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲାଗୁ ହେବ। ସୁନ୍ଦରଗଡ଼ଠାରୁ ଆରମ୍ଭ କରି ମାଲକାନଗିରି ସମେତ ୧୦ଟି ଜିଲ୍ଲାର ସହରାଞ୍ଚଳରେ ୧୭ ତାରିଖରୁ ପ୍ରତ୍ୟେକ ଶନିବାର ଓ ରବିବାର ଦୁଇଦିନ ସଟ୍‌ଡାଉନ୍‌ କରାଯିବ।

ଏହି କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଯଥା, ବିଦ୍ୟୁତ, ଜଳ, ଗ୍ୟାସ୍‌, ଖାଦ୍ୟ ସାମଗ୍ରୀ ଓ ରନ୍ଧା ଖାଦ୍ୟ ଯୋଗାଉଥିବା କର୍ମଚାରୀମାନେ କାର୍ଯ୍ୟ କରିପାରିବେ। ସେଥିପାଇଁ ସେମାନେ ନିଜ ନିଜ ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟ ପତ୍ର ପୁଲିସ କିମ୍ବା ଯାଞ୍ଚ କରୁଥିବା ଅଧିକାରୀଙ୍କୁ ଦେଖାଇବେ। ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ସ୍ୱତନ୍ତ୍ର ପାସ୍‌ ଦିଆଯିବ ନାହିଁ। ତେବେ ସପ୍ତାହାନ୍ତ ସଟ୍‌ଡାଉନରେ ସବୁ ବନ୍ଦ ରହୁଥିବା କାରଣରୁ ଟିକାକରଣ ବି ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି।

You might also like