• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: କୋଭିଡ୍ ଟିକାକରଣରେ ପୁଣି ହୋଇପାରେ ସମସ୍ୟା । ୧୮ରୁ ୪୪ ବର୍ଷ ଭିତରେ ୨ କୋଟି ନାଗରିକଙ୍କୁ ମାଗଣା ଟିକାକରଣରେ ହୋଇପାରେ ବିଳମ୍ବ । କାରଣ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରକୁ ଲାଗିଛି ଶକ୍ତ ଝଟକା । ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ଆଗ୍ରହ ଦେଖାଇଲେନି ଟିକା କମ୍ପାନୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟସ୍ୱାସ୍ଥ୍ୟ ମନ୍ତ୍ରୀ ଲେଖିଥିବା ଚିଠିରୁ ଏହା ସ୍ପଷ୍ଟ । ଚିଠିରେ ଉଲ୍ଲେଖ ଅଛି, ଟିକା କମ୍ପାନୀମାନେ ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ଚାହୁଁନାହାନ୍ତି । ଏପରିକି ପ୍ରି-ବିଡ଼ିଂ ମିଟିଂକୁ ବି ଆସି ନାହାନ୍ତି ସେରମ୍ ଓ ଭାରତ ବାୟୋଟେକ୍ ।

ତେବେ କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବାକୁ ଚାହୁଁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠିରେ ଉଲ୍ଲେଖ କରିଛନ୍ତି । ତେଣୁ ଟିକାକୁ ନେଇ ରାଜ୍ୟ ଅକଳରେ ପଡିବା ପରେ ଅନ୍ୟ କୌଣସି ବାଟ ନପାଇ କେନ୍ଦ୍ର କୋଟକୁ ବଲ ଫିଙ୍ଗିଛି । ତେବେ ପୂର୍ବରୁ ଖୋଦ୍ ଶାସକ ଦଳର ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଗ୍ଲୋବାଲ ଟେଣ୍ଡରକୁ ନେଇ ପ୍ରଶ୍ନ ଉଠାଇଥିଲେ । ଖବରକାଗଜରେ ଲେଖିଥିବା ନିବନ୍ଧରେ ଭର୍ତ୍ତୁହରି ଲେଖିଥିଲେ, ବିଦେଶୀ କମ୍ପାନୀମାନେ ସିଧାସଳଖ ରାଜ୍ୟକୁ ଟିକା ବିକ୍ରି କରିପାରିବେନି, କେବଳ କେନ୍ଦ୍ରକୁ ଦେଇପାରିବେ । ଏହା କଣ ରାଜ୍ୟ ସରକାର ଚଳାଉଥିବା ପଣ୍ଡିତମାନେ ଜାଣିନଥିଲେ । ଭର୍ତ୍ତୁହରି ଖବର କାଗଜରେ ସରକାରଙ୍କୁ ଏଭଳି ବାଣ ସମସ୍ତଙ୍କୁ ଚକିତ କରିଥିଲା । ଆଉ ଏବେ ଗ୍ଲୋବାଲ୍ ଟେଣ୍ଡର ଫେଲ୍ ମାରିଥିବା ସ୍ପଷ୍ଟ ହେବା ପରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ଓ କଂଗ୍ରେସ ।

୧୮ରୁ ୪୪ ବର୍ଷ ବୟସର ପ୍ରାୟ ୨କୋଟି ନାଗରିକଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା ସହ ପବବର୍ତ୍ତୀ ସମୟରେ ଟିକା ଆଣିବାକୁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଥିଲେ ରାଜ୍ୟ ସରକାର । ହେଲେ କମ୍ପାନୀମାନଙ୍କଠୁ ମତାମତ ନେବା ପରେ ଟେଣ୍ଡର ନିୟମରେ କୋହଳ କରିଥିଲେ ଏବଂ ସର୍ତ୍ତରେ ପରିବର୍ତ୍ତନ କରିଥିଲେ । ଏହାସତ୍ତ୍ୱେ ବି କମ୍ପାନିଙ୍କ ଅନାଗ୍ରହ ଦେଖି ଟେଣ୍ଡରକୁ ଆହୁରି ସପ୍ତାହେ ଅର୍ଥାତ୍ ଜୁନ୍ ୪ ତାରିଖ ଯାଏଁ ବଢ଼ାଯାଇଛି ।

ହେଲେ ଏଠି ପ୍ରଶ୍ନ ଉଠୁଛି ଅନ୍ୟ ରାଜ୍ୟରେ ଗ୍ଲୋବାଲ ଟେଣ୍ଡରକୁ ସଫଳତା ମିଳିନଥିଲା ବେଳେ ଓଡ଼ିଶା ସରକାର କାହିଁକି ଏ ପ୍ରକ୍ରିୟାକୁ ଗଲେ ? ଉତ୍ପାଦନକାରୀ କମ୍ପାନିମାନେ ଆବଶ୍ୟକତା ଅନୁଯାୟୀ ଟିକା ଯୋଗାଇ ପାରୁନଥିବା ବେଳେ ସେମାନେ ଟେଣ୍ଡରରେ କାହିଁକି ବା ସାମିଲ ହୁଅନ୍ତେ ? ଏଭଳି ପ୍ରଶ୍ନ ଏବେ ସବୁଠି ଉଙ୍କି ମାରୁଛି । ଖାଲି ସେତିକି ନୁହେଁ ଗ୍ଲୋବାଲ ଟେଣ୍ଡର ଦ୍ୱାରା ସରକାର କେବଳ ତୁଚ୍ଛା ବାହାବା ସାଉଁଟିବାର ଉଦ୍ୟମ କରୁଥିଲେ ବୋଲି ସମାଲୋଚନା କରାଯାଉଛି ? ଏସବୁ ସହ ଟିକାକରଣ ରାଜ୍ୟରେ ଆଗକୁ କେମିତି ବଢ଼ିବ ତାକୁ ନେଇ ବି ପ୍ରଶ୍ନ ଉଠିଛି ।

Vaccination-will-be-a-problem-the-vaccine-company-turned-a-blind-eye-to-the-state-governments-global-tender
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories