• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ରାଜ୍ୟରେ ବଢୁଛି ଟିକା ଅଭାବ ଟେନସନ୍
  • ୧୨ ଜିଲ୍ଲାରେ ଆଜି ବି ଭ୍ୟାକ୍ସିନେସନ ବନ୍ଦ
  • ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ହେଲାଣି ପ୍ରାୟ ୪ଲକ୍ଷ ନାଁ ପଞ୍ଜିକରଣ
  • କେବେ ଆସିବ କେତେ ଟିକା, ୨ କଂପାନୀକୁ ଚିଠି ଲେଖିଲେ ସରକାର

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣର ସୁନାମି ଭିତରେ ଟିକାର ଅଭାବ। ଏଥିଯୋଗୁଁ ଆଜି ରାଜ୍ୟର ୧୨ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟା ପୁରାପୁରି ବନ୍ଦ ରହିଛି। ଭୁବନେଶ୍ୱର ସମେତ କେବଳ ୩୦୨ଟି କେନ୍ଦ୍ରରେ ଆଜି ଟିକାକରଣ ହୋଇଥିଲା। ସେପଟେ ଯୁବବର୍ଗଙ୍କ ଲାଗି ଉଦ୍ଦିଷ୍ଟ ତୃତୀୟ ପର୍ଯ୍ୟାୟ ଟିକାକରଣ ଲାଗି ପଞ୍ଜିକରଣ ପ୍ରକ୍ରିୟା ଗତକାଲିଠାରୁ ଜାରି ରହିଛି। ଶେଷ ଖବର ସୁଦ୍ଧା ଓଡ଼ିଶାରୁ ୩ ଲକ୍ଷ ୯୪ ହଜାରରୁ ଅଧିକ ଲୋକ ପଞ୍ଜିକରଣ କରିସାରିଲେଣି। ସେପଟେ କେଉଁ ପର୍ଯ୍ୟାୟରେ କେତେ ଟିକା ଦେବେ ସେନେଇ ଦୁଇ ଟିକା ଉତ୍ପାଦନକାରୀ କଂପାନୀକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ।

ବାରିପଦାରୁ ବାଲେଶ୍ୱର, କଟକରୁ କୋରାପୁଟ ସବୁଠି ସମାନ ଚିତ୍ର ଦେଖିବାକୁ ମିଳିଛି। ଟିକାର ଅଭାବ ଯୋଗୁଁ ଟିକାକରଣ ଅଭିଯାନରେ ବାଧା ଉପୁଜିଛି। ଆଜି ୧୨ଟି ଜିଲ୍ଲାରେ ବନ୍ଦ ରହିଛି କୋଭିଡ୍ ଭ୍ୟାକ୍ସିନେସନ୍। ରାଜ୍ୟର ୧୨ ଜିଲ୍ଲା ବାଦ୍ ଟିକା ନପହଞ୍ଚିବାରୁ ସମ୍ବଲପୁର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବି ଆଜି ଟିକାକରଣ ହୋଇପାରି ନାହିଁ। ଫଳରେ ଟିକା ନେବାକୁ ଆସିଥିବା ଲୋକେ ନିରାଶ ହୋଇ ଫେରିଛନ୍ତି। ବାରିପଦା ସହର ଦୀପକ ଦାସ ନିଜ ୭୦ ବର୍ଷିୟା ମାଆଙ୍କୁ ଦ୍ୱିତୀୟ ଡୋଜ୍ ଦେବାପାଇଁ ଭ୍ୟାକ୍ସିନେସନ୍ ସେଣ୍ଟରକୁ ଆସିଥିଲେ। ହେଲେ ସେଣ୍ଟରରେ ତାଲି ପଡ଼ିଥିବାରୁ ନିରାଶ ହୋଇ ଫେରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ କିନ୍ତୁ ଭ୍ୟାକ୍ସିନେସନ୍ ଜାରି ରହିଥିଲା। ସହରରେ ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଲୋକେ ଲମ୍ବାଲାଇନରେ ଛିଡ଼ା ହୋଇ ନିଜ ପାଳିକୁ ଅପେକ୍ଷା କରିଥିଲେ ଲୋକେ। କିଛି ସ୍ଥାନରେ ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ମଧ୍ୟ ଟିକା ନପାଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆଜି ରାଜ୍ୟର ମୋଟ୍ ୩୦୨ଟି କେନ୍ଦ୍ରରେ ଟିକାକରଣ କରାଯାଇଥିଲା। ଆସନ୍ତାକାଲି ସବୁ ଜିଲ୍ଲାରେ ଟିକାକରଣ ହେବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୧୯ ହଜାର ଡୋଜ୍ କୋଭିସିଲ୍ଡ ଓ ୩ ଲକ୍ଷ ୪୬ ହଜାର୍ ଡୋଜ୍ କୋଭାକ୍ସିନ୍ ଟିକା ରହିଛି।

ସେପଟେ ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ଲାଗି ପଞ୍ଜୀକରଣ ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଛି। କେନ୍ଦ୍ର ଜାରି କରିଥିବା ପଞ୍ଜୀକରଣ ପ୍ରକ୍ରିୟା ସଂପର୍କରେ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। କମ୍ପାନୀଠାରୁ ଟିକା ମିଳିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ସ୍ଲଟ୍ ବଣ୍ଟାଯିବ। ତେଣେ କେଉଁ ପର୍ଯ୍ୟାୟରେ କେତେ ଟିକା ଦେବେ ସେନେଇ ଟିକା ଉତ୍ପାଦନକାରୀ କମ୍ପାନୀଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ। ମେ ମାସରେ ୪୦ ଲକ୍ଷ ଡୋଜ୍ ଏବଂ ଜୁନ୍, ଜୁଲାଇ ଓ ଅଗଷ୍ଟରେ ୬୦ ଲକ୍ଷ ଲେଖାଏଁ କୋଭିସିଲ୍ଡ ଡୋଜ୍ ଦେବାକୁ ସେରମ୍ ଇନଷ୍ଟିଚ୍ୟୁଟ୍‌କୁ କୁହାଯାଇଛି। ସେହିପରି ଭାରତ ବାୟୋଟେକକୁ ମେ ରେ ୫ ଲକ୍ଷ ଓ ଜୁନ୍ ୧୫ ଭିତରେ ୫ ଲକ୍ଷ ୩୪ ହଜାର covaxin ଡୋଜ୍ ଦେବାକୁ କୁହାଯାଇଛି।

୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲାଗି ଥିବା କେନ୍ଦ୍ର ଦେଉଥିବା ଟିକାକୁ ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷ ବୟସ୍କ ନାଗରିକମାନଙ୍କ ଲାଗି ବ୍ୟବହାର କରଯାଇପାରିବ ନାହିଁ। ନୂଆ ଟିକା ଆସିଲା ପରେ ହିଁ ଯୁବବର୍ଗଙ୍କ ଲାଗି ଟିକାକରଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Vaccination-shortage-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories