ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟାନ୍ ନେଇ ସେପ୍ଟେମ୍ବର ୧୫ ସୁଦ୍ଧା ନିୟମ

ବ୍ୟବହୃତ କ୍ଷୀର ଜରି ଓ ପ୍ଲାଷ୍ଟିକ୍ ବୋତଲ୍ ଫେରାଇଲେ ମିଳିବ ଟଙ୍କା

ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହେବାକୁ ଥିବା ପ୍ଲାଷ୍ଟିକ୍‌ ଏବଂ ପଲିଥିନ୍ କଟକଣା ପୂର୍ବରୁ ଅାସିବ ନିୟମ। ସେପ୍ଟେମ୍ବର ୧୫ ସୁଦ୍ଧା ଏହି ନୂଅା ନିୟମ ଲାଗୁ ହେବ। ଏ ନେଇ ଲୋକଙ୍କୁ ସଚେତନ କରାଯିବ ଏବଂ ଅାପତ୍ତି, ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣ କରାଯିବ। ଖାଲି ସେତିକି ନୁହେଁ, ଟଙ୍କା ଦେଇ ଲୋକଙ୍କ ଠାରୁ ବ୍ୟବହୃତ କ୍ଷୀର ଜରି ଏବଂ ପ୍ଲାଷ୍ଟିକ୍ ବୋତଲ୍ ସଂଗ୍ରହ କରାଯିବ।

କ୍ଷୀର ଅାସୁଥିବା ପଲିଥିନ୍ ପ୍ୟାକେଟ୍ ହେଉ କିମ୍ବା ପ୍ଲାଷ୍ଟିକ୍ ପାଣି ବୋତଲ। ବାହାରେ ନଫୋପାଡ଼ି ସାଇତି ରଖନ୍ତୁ। କାରଣ ଏସବୁ ବ୍ୟବହୃତ ପ୍ଲାଷ୍ଟିକ୍ ଓ ପଲିଥିନ୍ ବଦଳରେ ଅାପଣଙ୍କୁ ମିଳିବ ଟଙ୍କା। ପାଖକୁ ଏଜେଣ୍ଟ ଅାସି, ଟଙ୍କା ପୈଠ କରି ନେଇଯିବେ। ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟାନ୍ ନିଷ୍ପତ୍ତି କ୍ରମରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର ।

ସଚିବାଳୟରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ପ୍ଲାଷ୍ଟିକ୍ ନିଷେଧ ପାଇଁ ଅଗଷ୍ଟ ଶେଷ ସୁଦ୍ଧା ପ୍ରକାଶ ପାଇବ ନୂଅା ନିୟମର ରୂପରେଖ । ଏହାର ୧୫ ଦିନ ମଧ୍ୟରେ ଜନସାଧାରଣଙ୍କ ଠାରୁ ଅାପତ୍ତି, ଅଭିଯୋଗ ଏବଂ ପ୍ରସ୍ତାବ ଅାହ୍ୱାନ କରାଯିବ। ସେପ୍ଟେମ୍ବର ୧୫ ସୁଦ୍ଧା ପ୍ଲାଷ୍ଟିକ୍ କଟକଣା ନେଇ ନୂଅା ନିୟମ ଅାସିବ। ଅାଉ ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍ ତଥା ପଲିଥିନ୍ ବ୍ୟବହାର ଉପରେ ଲାଗିବ କଟକଣା।

ଏବେ ନିତ୍ୟ ବ୍ୟବହାର୍ଯ୍ୟ ହୋଇଯାଇଛି ପ୍ଲାଷ୍ଟିକ୍ ଏବଂ ପଲିଥିନ। ଚା’ ଦୋକାନରୁ ସପିଂ ମଲ୍, ସବୁଠି ପଲିଥିନ୍ ଏବଂ ପ୍ଲାଷ୍ଟିକ୍‌ର ବ୍ୟବହାର। ଯଦି ଏସବୁ ବ୍ୟବହାର ଉପରେ ରୋକ୍ ଲଗାଯାଏ ତେବେ ବିକଳ୍ପ କଣ ହେବ, ଏବେ ବି ଦ୍ୱନ୍ଦ୍ୱ ରହିଛି। ଅାଶା କରାଯାଉଛି ଲାଗୁ ହେବାକୁ ଥିବା ନିୟମରେ ଏସବୁ ଦ୍ୱନ୍ଦ୍ୱ ଦୂର ପାଇଁ ଗୁରୁତ୍ୱ ଦିଅାଯିବ।

ତେବେ ନିୟମ ପ୍ରଣୟନ ପୂର୍ବରୁ ପ୍ଲାଷ୍ଟିକ୍‌ ବ୍ୟବହାରକାରୀଙ୍କ ସହ ଉତ୍ପାଦନକାରୀ, ବିତରଣକାରୀଙ୍କ ଉପରେ ମଧ୍ୟ ଫୋକସ ରହିବା ଉଚିତ୍ ବୋଲି ମତ ରଖିଛନ୍ତି ପରିବେଶବିତ୍।

ଅକ୍ଟୋବର ୨ରୁ ପର୍ଯ୍ୟାୟକ୍ରମେ ରାଜ୍ୟରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ ପ୍ଲାଷ୍ଟିକ୍‌ ଓ ପଲିଥିନ୍ ବ୍ୟବହାର। ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ମହାନଗର ନିଗମ ଏବଂ ପୁରୀ ପୌରପାଳିକାରେ ଏହି କଟକଣା ଲାଗୁ ହେବ। ଏଥିପାଇଁ ସେପ୍ଟେମ୍ବର ୧୫ ସୁଦ୍ଧା ଷ୍ଟକ୍ ସାରିବାକୁ ନିର୍ଦ୍ଦେଶ ଦିଅାଯାଇଛି।

ଆହୁରି ପଢ଼ନ୍ତୁ

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

You might also like