ମ୍ୟୁଟାଣ୍ଟ ଷ୍ଟ୍ରେନ୍‌କୁ ରୋକି ପାରିବ ଡବଲ ମାସ୍କ

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି। ପ୍ରଥମେ ଏହା ମହାରାଷ୍ଟ୍ର, ଆନ୍ଧ୍ର, ଛିତିଶଗଡ଼ ଓ ପଞ୍ଜାବ ଭଳି ରାଜ୍ୟରେ ଥିଲା। ଏବେ ଆମେ ଏହି ଷ୍ଟେଜ୍‌ରେ ପହଞ୍ଚିଲେଣି। ସଂକ୍ରମଣ ୪ ଗୁଣା ବଢିଲାଣି। ଗହଳି ଜାଗାରୁ ଅଧିକ ସଂକ୍ରମଣ ହେଉଛି। ସେଭଳି ସ୍ଥାନରେ ଡବଲ ମାସ୍କପିନ୍ଧିବା ପାଇଁ ନିବେଦନ କରିଛନ୍ତି।

ସେହିପରି ମ୍ୟୁଟାଣ୍ଟ ଷ୍ଟ୍ରେନ୍‌କୁ କେବଳ ଡବଲ ମାସ୍କ ହିଁ ରୋକି ପାରିବ। ଟିକା ପାଇଁ ଯୋଗ୍ୟ ଥିଲେ ତୁରନ୍ତ ଟିକା ନେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଭାରତୀୟ ଷ୍ଟେନ୍ 440E ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ବାଇପାସ୍ କରୁଛି। ୟୁକେ ଷ୍ଟେନ୍ ଅଧିକ ସଂକ୍ରାମକ, ଦ.ଆଫ୍ରିକା ଓ ବ୍ରାଜିଲ୍ ଷ୍ଟ୍ରେନ୍ ବେଶି କ୍ଷତିକାରକ ବୋଲି ସେ କହିଛନ୍ତି।

ଅପରପଟେ କରୋନା ସଂକ୍ରମଣକୁ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ଯେ ଓଡ଼ିଶାରେ କେଉଁ ଷ୍ଟେନ୍ ଅଛି ତାହା ମଙ୍ଗଳବାର ସୁଦ୍ଧା ଜଣାପଡ଼ିବ। ଓଡ଼ିଶାରେ ଥିବା ଷ୍ଟେନ୍ ସିିଙ୍ଗଲ କି ଡବଲ ମ୍ୟୁଟେସନ୍ ଜଣାପଡ଼ିଯିବ। ସତର୍କତା ଉପରେ ଧ୍ୟାନ ଓ ଗୁରୁତ୍ୱ ଦେବା ଉପରେ ILS ନିର୍ଦ୍ଦେଶକ ଗୁରୁତ୍ୱ ଦେଇଛନ୍ତି। ଟିକା ନେବାକୁ ଯୋଗ୍ୟ ବ୍ୟକ୍ତି ତୁରନ୍ତ ଟିକା ନେବାକୁ ILS ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

You might also like