• translate
Sarbeswar

ଭୁବନେଶ୍ୱର: ୟୁନୟନ ପବ୍ଲିକ ସର୍ଭିସ କମିଶନ(UPSC) ପକ୍ଷରୁ ସିଭିଲ ସର୍ଭିସ ୨୦୧୯ର ରିଜର୍ଭ ଲିଷ୍ଟ ଅନୁସାରେ ୮୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  ୨୦୨୧ ଜାନୁଆରୀ ୪ ତାରିଖ UPSC ପକ୍ଷରୁ ଜାରି କରାଯାଇଥିବା ଏହି  ତାଲିକାରେ  ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲାଙ୍କ ସାନ ଝିଅ ଅଞ୍ଜଳି ବିର୍ଲା ଅଛନ୍ତି।

ଏହାର ପ୍ରିଲିମନାରୀ ପରୀକ୍ଷା ୨୦୧୯ ଜୁନ ୪ ତାରିଖ ହୋଇଥିଲା ଓ ମେନ ପରୀକ୍ଷା ୨୦୧୯ ସେପ୍ଟେମ୍ବର ୨୦ରେ ହୋଇଥିଲା। ଏହାର ଫଳାଫଳ ଅଗଷ୍ଟ ୪  ୨୦୨୦ରେ ପ୍ରକାଶ ପାଇଥିଲା। ମେରିଟ ଲିଷ୍ଟ ଅନୁସାରେ ୮୨୯ ପ୍ରାର୍ଥୀ ଖାଲିଥିବା IAS, IFS, IPS ପଦବୀ ପାଇଁ ଏବଂ ସେଣ୍ଟ୍ରାଲ ସର୍ଭିସ ଗ୍ରୁପ ‘A’  ଏବଂ ‘B’ ରେ ଖାଲି ଥିବା ପଦବୀ ପାଇଁ ୯୨୭ ଜଣଙ୍କ ନାମ ଅନୁମୋଦନ କରିଥିଲେ।

UPSC ପକ୍ଷରୁ ଗତକାଲି ଜାରି ନୋଟିସରେ କୁହାଯାଇଛି, ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ ସୁପାରିଶ ଅନୁସାରେ  ଆୟୋଗ ସିଭିଲ ସର୍ଭିସ ପରୀକ୍ଷା ୨୦୧୯ ଆଧାର ଅନୁସାରେ ୮୯ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ଏମାନଙ୍କ ମଧ୍ୟରେ ସାଧାରଣଙ୍କ ପ୍ରାର୍ଥୀ ୭୩, ଓବିସି୧୪, EWS (ଆର୍ଥିକ ଅନଗ୍ରସର ବର୍ଗ)୧ ଏବଂ ଏସ୍‌ସି ପ୍ରାର୍ଥୀ ୧ ଅଛନ୍ତି। ଜାରି ଲିଷ୍ଟ UPSCର ଅଫିସିଆଲ ୱେବ ସାଇଟ୍‌ upsc.gov.in.ରେ ମିଳିପାରିବ।

ଏହାସହ  0404736, 0835241, 2100323 ଏବଂ 6603686 ରୋଲ ନମ୍ବର ଥିବା ୪ ଜଣ ପ୍ରାର୍ଥୀଙ୍କୁ ସାମୟିକ ଭାବେ ରଖାଯାଇଛି  । ଏହାସହ ଜଣେ ପ୍ରାର୍ଥୀଙ୍କ ଫଳାଫଳକୁ ସ୍ଥଗିତ ରଖାଯାଇଛି |

Other Stories

  • Petrol, Diesel Prices Hiked In Bhubaneswar, Rourkela
    Petrol Price Hike ସୁନା ଦରରେ ପେଟ୍ରୋଲ

    ଡରାଇଲାଣି ପେଟ୍ରୋଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ୧୦୮.୫୪ ଟଙ୍କା ଓ ଡିଜେଲ ୧୦୫.୦୯ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲ ଏପରି ଅହେତୁକ ଦରବୃଦ୍ଧି ନେଇ ଗ୍ରାହକଙ୍କର କଣ ପ୍ରତକ୍ରିୟା ରହିଛି ଆସନ୍ତୁ ଶୁଣିବା ।

  • Elderly Woman Injured In Elephant Attack In Bonai
    Elephant Attack In Odisha କମୁନି ଦନ୍ତାଙ୍କ ଉତ୍ପାତ

    ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଅଂଚଳ ରେ ଦୀର୍ଘ କମୁନି ହାତୀଙ୍କ ଉପଦ୍ରବ । 15ଦିନ ହେବ ଦନ୍ତା ହାତୀଙ୍କ ଉତ୍ପାତ ଯୋଗୁ ଗ୍ରାମରେ ତାଟି କବାଟ ପଡିଛି । ସେପଟେ ଗତକାଲି ଡରେଇକଲା ନିକଟରେ ମର୍ଣ୍ଣିଂ...

  • Giant Fish Weighing 78 KGs, Worth Rs 36 Lakh Caught By Fishermen
    Giant Fish ମାଛର ଦାମ ଶୁଣିଲେ ହୋଇଯିବେ ଆବା କାବା

    ଗୋଟିଏ ତେଲିଆ ମାଛର ଦାମ୍ ୩୬ ଲକ୍ଷ ଟଙ୍କା। ପଶ୍ଚିମବଙ୍ଗର ଦକ୍ଷିଣ ପ୍ରଗଣା ଜିଲ୍ଲା ସୁନ୍ଦରବନ ଅଞ୍ଚଳରୁ ଏହି ମାଛ ମିଳିଛି। ଯାହାର ଓଜନ ପ୍ରାୟ ୮୦ କିଲୋଗ୍ରାମ୍।

  • Winged Guests Throng Odisha\'s Chilika
    Winged Guests ଶୀତ ଆସିଲା ଆସିଲେ ବିଦେଶୀ ଅତିଥି

    ଚିଲିକାରେ ପହଞ୍ଚିଲେଣି ବିଦେଶାଗତ ପକ୍ଷୀ। ହଜାର ହଜାର ମାଇଲ ଅତିକ୍ରମ କରି ଆସିଥିବା ଅତିଥି ବିହଙ୍ଗଙ୍କ କଳରାବରେ ମୁଖରିତ ହେଲାଣି ଚିଲିକା। ନଭେମ୍ବର ପୂର୍ବରୁ ୨୦ରୁ ଅଧିକ ପ୍ରଜାତିର ପକ୍ଷୀ ଏସବୁ ଅଂଚଳରେ ଦେଖିବାକୁ ମିଳିଲେଣି ।