ଟ୍ୟାଙ୍କ ବିଧ୍ୱଂସୀ ‘ସ୍ୟାଣ୍ଟ’ର ପରୀକ୍ଷଣ

ବାଲେଶ୍ୱର: ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ସ୍ୟାଣ୍ଟର ପରୀକ୍ଷଣ ହୋଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡରୁ ସ୍ୟାଣ୍ଟର ପରୀକ୍ଷଣ କରାଯାଇଥିଲା।

ଏହି କ୍ଷେପଣାସ୍ତ୍ର ଆକାଶ ମାର୍ଗରୁ ଭୂପୃଷ୍ଠକୁ ନିକ୍ଷେପ ହୋଇଥାଏ। କ୍ଷେପଣାସ୍ତ୍ର ସ୍ୟାଣ୍ଟ ନିକଟରେ ଶତ୍ରୁ ପକ୍ଷର ଟ୍ୟାଙ୍କ ଧ୍ୱଂସ କରିବା କ୍ଷମତା ରହିଛି। କ୍ଷେପଣାସ୍ତ୍ର ସ୍ୟାଣ୍ଟର ଲକ୍ଷ୍ୟଭେଦ କ୍ଷମତା ୨୦ କିଲୋମିଟର।

ଆଜି ଦିନ ସାଢେ ୧୧ଟାରୁ ୧୧ଟା ୩୫ ମଧ୍ୟରେ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷା କରାଯାଇଥିଲା। ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓ ଏବଂ ଭାରତୀୟ ବାୟୁସେନା ମିଳିତ ଭାବେ ନିର୍ମାଣ କରିଛନ୍ତି। ଏହାର ପ୍ରଥମ ପରୀକ୍ଷା ପୋଖରାନରେ କରାଯାଇଥିଲା।

You might also like