ବିଧାୟକ ବୁଝାଇବା ପରେ ଶାନ୍ତ ପଡିଲା ପରିସ୍ଥିତି

ନବରଙ୍ଗପୁର: ନବରଙ୍ଗପୁର କୋଡ଼ିଙ୍ଗା ଥାନାରେ ପୋଲିସ ମାଡ଼ରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ ଘଟଣାର ସ୍ଥାୟୀ ସମାଧାନ ହୋଇଛି। ସ୍ଥାନୀୟ ତହସିଲଦାର ଓ ଡାବୁଗାଁ ବିଧାୟକ ମନୋହର ରନ୍ଦାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଛି । ମୃତକଙ୍କ ପରିବାର ଲୋକେ ଶବକୁ ଗ୍ରହଣ କରିବା ସହ ଅନ୍ତିମ ସଂସ୍କାର କରିଛନ୍ତି ।ମୃତକଙ୍କ ପରିବାର ଲୋକଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି।

You might also like