ରାଜଧାନୀରୁ ୧୬୬ କରୋନା ପଜିଟିଭ ଚିହ୍ନଟ, ୬୮ ଲୋକାଲ କେସ୍
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୧୬୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୬ ମଧ୍ୟରୁ କ୍ୱାରେଣ୍ଟିନରୁ ୯୮, ଲୋକାଲ କଣ୍ଟାକ୍ଟ କେସ୍ ୬୮ ରହିଛି। ଏନେଇ ଟ୍ୱିଟ୍ ୟୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)।
କେଉଁ ଅଞ୍ଚଳରୁ କେତେ:-
ସାଲିଆସାହିରୁ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ୟୁନିଟ୍-୯ରୁ ୫ ଓ ଆଇଆର୍ସି ଭିଲେଜରୁ ୪, ଗଙ୍ଗନଗର ଓ ରିଜର୍ଭ ପୋଲିସ କଲୋନୀରୁ ୩ ଲେଖାଏଁ ଚିହ୍ନଟ ହୋଇଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 9th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/dZcNGzxals— BMC (@bmcbbsr) August 9, 2020
ସେହିପରି ଶୈଳଶ୍ରୀ ବିହାରରୁ ୩ ଲୋକାଲ୍ କେସ୍ ଚିହ୍ନଟ ହୋଇଥିବା ବେଳେ ୟୁନିଟ-୮ ଓସିସି ବସ୍ତିରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।