• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱର ବେକାବୁ କରୋନା। ଆଜି ଚିହ୍ନଟ ହୋଇଛନ୍ତି ଆଉ ୪୬ କରୋନା ଆକ୍ରାନ୍ତ, ଯେଉଁଥିରେ କ୍ୱାରେଣ୍ଟିନ୍ ସେଣ୍ଟରରୁ ୨୨ ଏବଂ ଲୋକାଲ କେସ୍ ୨୪ ଥିବା ବିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସେହିପରି ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏବେ ସୁଦ୍ଧା ୫୨୫ ଜଣ ମୋଟ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୫ ଜଣ ସୁସ୍ଥ ହୋଇଛନ୍ତି।

କେଉଁଠି କେତେ ଆକ୍ରାନ୍ତ:-

ପାତ୍ରପଡ଼ାରୁ ଜଣେ, କଟକ ରୋଡ୍ ପୋଷ୍ଟ ଅଫିସ୍ ପାଖରୁ ଜଣେ, ୩ ଆକ୍ରାନ୍ତ ଘରୋଇ ହସ୍ପିଟାଲରୁ, ଜଣେ ୟୁନିଟ୍-୮ ବଏଜ୍ ହାଇସ୍କୁଲ ନିକଟରୁ, ଜଣେ ନୟାପଲ୍ଲୀରୁ, ଘାଟିକିଆ ପର୍ଶୁରାମ ମନ୍ଦିର ନିକଟରୁ ଜଣେ, ନୟାପଲ୍ଲୀ ବେହେରା ସାହିରୁ ଜଣେ ଓ ବମିଖାଲରୁ ଜଣେ, ପୋଖରୀପୁଟ କେଶରୀ ଭିଲ୍ଲା ପାଖରୁ ଜଣେ, କୋଳଥିଆରୁ ଜଣେ ଚିହ୍ନଟ ହୋଇଛନ୍ତି।

ସେହିପରି ଜୟଦେବ ବିହାରର ଏକ ଆପାର୍ଟମେଣ୍ଟରୁ ଜଣେ, ଏକ ସରକାରୀ ହସ୍ପିଟାଲର ୨ ମହିଳା କର୍ମଚାରୀ, କଳିଙ୍ଗନଗରରୁ ଜଣେ, ୟୁନିଟ୍-୬ ଗଙ୍ଗନଗରରୁ ଜଣେ, ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅନ୍ୟ ଜିଲ୍ଲାର ଜଣେ ଆକ୍ରାନ୍ତ ହୋଇଛନ୍ତି। ଘରୋଇ ହସ୍ପିଟାଲରେ ଭର୍ତ୍ତି ପାତ୍ରପଡ଼ାରୁ ଜଣେ, ଖଣ୍ଡଗିରିରୁ ଜଣେ ଚିହ୍ନଟ ହୋଇଛନ୍ତି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥ ସରକାରୀ ଅଫିସକୁ ବାହାର ଅଞ୍ଚଳ ଲୋକ ଆସିବା ମନା କରାଯାଇଛି। ଖୋର୍ଦ୍ଧା ଓ କଟକ ପୌରାଞ୍ଚଳ ବାହାରୁ ଆସୁଥିବା କର୍ମଚାରୀଙ୍କୁ ମନା କରାଯାଇଛି। କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏହି କଟକଣା ରଖାଯାଇଛି।

Update-on-newly-detected-cured-covid19-cases-in-the-last-24-hrs-under-the-bmc-area-on-8th-july-2020
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories