ଦିନକରେ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ରାଜଧାନୀରେ ଚିହ୍ନଟ ହେଲେ ଆଉ ୧୯୦ କରୋନା ଆକ୍ରାନ୍ତ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୨ ଲୋକାଲ୍‌ କେସ୍‌। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)।

କପିଳେଶ୍ୱର କଞ୍ଚସାହିରୁ ୨୧, ବରମୁଣ୍ଡା ବେହେରାସାହିରୁ ୭, ବମିଖାଲ ଅଞ୍ଚଳରୁ ୬, କପିଳେଶ୍ୱର ତଳସାହିରୁ ୩, କଟକ ରୋଡ଼ ଷ୍ଟେସନ ଛକ ଅଞ୍ଚଳରୁ ୩, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୩, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୦୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।


ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୩୭୬୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩୬୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୩୮୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୯୦ ବିଏମ୍‌ସି ଅଞ୍ଚଳରୁ ଅଛନ୍ତି।

ଆହୁରି ପଢ଼ନ୍ତୁ

You might also like