ଭୁବନେଶ୍ୱରରୁ ଆଉ ୮୯ କରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୮୯ କରୋନା ଆକ୍ରାନ୍ତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୬୫ କ୍ୱାରେଣ୍ଟିନ ଏବଂ ୨୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ୟୋଗେ ସୂଚନା ଦେଇଛି ଭୁବନେସ୍ୱର ମହାନଗର ନିଗମ (ବିଏମ୍‌ସି)।

କେଉଁ ଅଞ୍ଚଳରୁ କେତେ:-

ଆଇଗିଣିଆ ଆଳୁଗଦିରୁ ଆଉ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ରିଜର୍ଭ ପୋଲିସ କଲୋନିରୁ ୭, ଗୌତମ ନଗର ବସ୍ତିରୁ ୫, ବଡ଼ଗଡ଼ ନୂଆସାହିରୁ ୪, ଜିଜିପି କଲୋନିରୁ ୩, ଜାଗମରାରୁ ୩ ଚିହ୍ନଟ ହୋଇଛନ୍ତି।


ଚନ୍ଦ୍ରଶେଖରପୁର ଶ୍ରମିକ ବସ୍ତିରୁ ୩, ସିବିଆଇ କଲୋନିରୁ ୨ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ଆଜି ଆଉ ୧୦୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି।

ଏହାକୁ ମିଶାଇ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୩୦୬୮ରେ ପହଞ୍ଚିଛି। ୧୭୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୨୫୦ ସକ୍ରିୟ କେସ୍ ଥିବାବେଳେ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

ଓଡ଼ିଶାରେ ଦିନକରେ ୧,୩୮୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୩୮୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୭୩ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୧୧ ରହିଛି। ସେହିପରି ଦିନକରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି।

You might also like