ଭୁବନେଶ୍ୱରରୁ ଆଉ ୪୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୪୯ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରରୁ ୩୪ ହୋଇଥିବା ବେଳେ ଲୋକାଲ୍ କେସ୍ ୧୫ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍‌ସି।

କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:-

ବରମୁଣ୍ଡା, ଗଙ୍ଗନଗର, ୟୁନିଟ୍-୩ରୁ ଜଣେ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି। ଏଜି ଛକ ନିକଟ ସରକାରୀ ଅଫିସ୍‌ରେ ଜଣେ କର୍ମଚାରୀ, ବିଜେବି ନଗର, କାରଗିଲ୍ ବସ୍ତି, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।


ଖଣ୍ଡଗିରି, ନୟାପଲ୍ଲୀ, ଭରତପୁରରୁ ଜଣେ ଲେଖାଏଁ, ଆନ୍ଧ୍ର ଫେରନ୍ତା ଏକ ଘରୋଇ ମେଡିକାଲ କଲେଜର ୩ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ସେହିପରି ନୟାପଲ୍ଲୀରେ ଗୋଟିଏ ପରିବାରର ୩ ମହିଳା ଓ ଜଣେ ପୁରୁଷ ସଂକ୍ରମିତ ହୋଇଛନ୍ତି। ମଞ୍ଚେଶ୍ୱରରେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୫ ଜଣ ପଜିଟିଭ ଚିହ୍ନଟ।

ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତ ୧୨୩୧ ହୋଇଥିବା ବେଳେ ୫୭୬ ସୁସ୍ଥ ହୋଇଛନ୍ତି। ଏବେବି ୬୪୨ ଆକ୍ଟିଭ କେଶ ରହିଛି। ସେହିପରି ୧୧ ଜଣଙ୍କ ମୃତ୍ୟୁ ହୋଇଛି।

ଓଡ଼ିଶାରେ ୬୭୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୬୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୨୭ ରହିଛି।

You might also like