ଭୁବନେଶ୍ୱରରୁ ୨୪୭ କରୋନା ପଜିଟିଭ ଚିହ୍ନଟ, ୯୯ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪୭ ମଧ୍ୟରୁ ୧୪୮ କ୍ୱାରେଣ୍ଟିନ ଏବଂ ୯୯ ଲୋକାଲ କେସ୍ ରହିଛି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)।

କେଉଁ ଅଞ୍ଚଳରୁ କେତେ:-

ୟୁନିଟ-୬ ଅଞ୍ଚଳରୁ ୧୧, ଶୁକ ବିହାର ଅଞ୍ଚଳରୁ ୧୧, ବମିଖାଲରୁ ୮, ନୟାପଲ୍ଲୀର ଏକ ହୋଟେଲର ୬ କର୍ମଚାରୀ ଚିହ୍ନଟ ହୋଇଛନ୍ତି।


ସେହିପରି ରିଜର୍ଭ ପୋଲିସ କଲୋନିରୁ ୬, ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ବସ୍ତିରୁ ୫ ଚିହ୍ନଟ ହୋଇଛନ୍ତି।

ଆଜି ଆଉ ୧୦୩ ଆକ୍ରାନ୍ତ ସୁସ୍ଥ ହେବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

You might also like