ଭୁବନେଶ୍ୱରରେ ଆଉ ୨୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ ମଧ୍ୟରୁ ଲୋକାଲ କଣ୍ଟାକ୍ଟ ୧୪, କ୍ୱାରେଣ୍ଟିନ ୧୪ ଓ ଜଣେ କୋଭିଡ଼ ଯୋଦ୍ଧା ଅଛନ୍ତି। ଏହାକୁ ମିଶାଇ ରାଜଧାନୀରେ ୪୭୯ ଜଣ ସଂକ୍ରମିତ ହେଲେଣି। ୨୭୭ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୧୯୫ ଆକ୍ଟିଭ କେଶ ରହିଛି। ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

କେଉଁଠି ବାହାରିଲେ ପଜିଟିଭ:-

ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଡୁମୁଡୁମା ସୁବାସନଗର ବସ୍ତିରୁ ଜଣେ, ଖଣ୍ଡଗିରିର ଜଣେ ମହିଳା, ଘରୋଇ ହସ୍ପିଟାଲର ୨ ମହିଳା କର୍ମଚାରୀ, ଭରତପୁରର ଜଣେ, କେଶରୀନଗର ବସ୍ତିର ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ୟୁନିଟ-୧ ଅଞ୍ଚଳରୁ ଜଣେ, ବଡ଼ଗଡ଼ ବ୍ରିଟ କଲୋନିରୁ ଜଣେ, ବମିଖାଲ ଜୟଦୁର୍ଗା ନଗରରୁ ଜଣେ, ବରମୁଣ୍ଡା ଟେଲକୋ କଲୋନିରୁ ଜଣେ, ସହିଦନଗରରୁ ଜଣେ, ହଂସପାଳ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ୍ ହସ୍ପିଟାଲର ଜଣେ ମହିଳା କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଆଜି ୩ଜଣ ସୁସ୍ଥ ହୋଇଥିବା ମଧ୍ୟ ବିଏମସି ପକ୍ଷରୁ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

You might also like