ଅଳିଆ ଗଦାରେ ପ୍ରସବ କଲେ ମହିଳା

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ହୁସୁବା ପଞ୍ଚାୟତର ଅଡ଼ିପଡ଼ା ଗାଁରେ ଜଣେ ଅବିବାହିତ ଦିବ୍ୟାଙ୍ଗ ମହିଳା ଅସ୍ୱାସ୍ଥ୍ୟକର ପରିବେଶରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

ମହିଳା ଜଣଙ୍କ ଅବିବାହିତ ହୋଇଥିବାରୁ, ଗର୍ଭବତୀ ହେବା ପରେ ପରିବାର ଓ ଗାଁ ଲୋକମାନେ ତାଙ୍କୁ ବାସନ୍ଦ କରି ଦେଇଥିଲେ। ଏହାପରେ ସେ ଖୋଲା ଆକାଶ ତଳେ ଏକ ଅଳିଆ ଗଦାରେ ସନ୍ତାନକୁ ଜନ୍ମ ଦେଇଥିଲେ।

ଏନେଇ ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ସଖୀର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି ମା’ ଓ ଶିଶୁକୁ ଉଦ୍ଧାର କରିଥିଲେ।

ଉଭୟଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚିକିତ୍ସା କରାଯାଉଛି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି।

You might also like