କ୍ୱାରେଣ୍ଟିନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଭଦ୍ରକ: କ୍ୱାରେଣ୍ଟିନ ସେଣ୍ଟରରେ ଜଣ ପ୍ରବାସୀ ଓଡ଼ିଆଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତକ ଜଣକ  କୋଲକତା ଫେରନ୍ତା ବୋଲି ଜଣାପଡ଼ିଛି। କୋଲକାତାରୁ ଫେରି ସେ  ଭଦ୍ରକ ଭଣ୍ଡାରିପୋଖରୀର ବୟାବନାପୁର ନୋଡାଲ ସ୍କୁଲରେ ହୋଇଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ଥିଲେ।

ମୃତକଙ୍କ ନାଁ ଦେବେନ୍ଦ୍ର ରାଉତ ଓ ତାଙ୍କର ବୟସ ୭୨ ବର୍ଷ ବୋଲି ଜଣାପଡ଼ିଛି।  ସେ ଗତ ରବିବାର ରାତିରେ କୋଲକତାରୁ ଫେରି ଭଣ୍ଡାରୀପୋଖରୀ ସରକାରୀ ଆଇଟିଆଇରେ ନାମ ପଞ୍ଜୀକରଣ କରିଥିଲେ । ସେଠାରେ ଅସୁସ୍ଥ ଅନୁଭବ କରିବାରୁ ଟେଷ୍ଟ କରାଯାଇ କ୍ୱାରେଣ୍ଟିନକୁ ପଠାଇ ଦିଆଯାଇଥିଲା ।

ଗତକାଲି ସେ ଜଳଖିଆ ଖାଇ ଶୋଇଥିଲେ।  ମଧ୍ୟାହ୍ନରେ ଖାଇବା ପାଇଁ ଉଠିନଥିଲେ। ତାଙ୍କୁ ତୁରନ୍ତ ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

You might also like