• translate
Pramod Behera

ଭୁବନେଶ୍ୱର : ରାଜ୍ୟରେ ଲକ୍‌ଡାଉନ୍ ସରିବାକୁ ମଝିରେ ଆଉ ମାତ୍ର ଦିନେ। କରୋନା ସଂକ୍ରମଣ କମୁଥିବାରୁ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି ଦେଇଛନ୍ତି କିଛି ସ୍ପଷ୍ଟ ସଙ୍କେତ। ସେ କହିଛନ୍ତି ସ୍ଥିତି ଅନୁଧ୍ୟାନ ଚାଲିଛି, ସରକାର ଠିକ୍ ସମୟରେ ନିଷ୍ପତ୍ତି ନେବେ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଯଦି ଅନ୍‌ଲକ୍‌କୁ ସରକାର ଯାଆନ୍ତି, ତାହାଲେ କେଉଁ ରାଜ୍ୟର ମଡେଲ୍ ଆପଣାଇବେ, କେଉଁ ସବୁ ପ୍ରମୁଖ ଦିଗ ପ୍ରତି ଅଧିକ ଧ୍ୟାନ ଦେବେ, ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ଲକ୍‌ଡାଉନ୍‌ ଜାରି ରହିବ ନା କୋହଳ ହେବ ‍ଇତ୍ୟାଦି।

ରାଜ୍ୟରେ ଆସନ୍ତା ଗୁରୁବାର ଅର୍ଥାତ୍ ୧୭ ତାରିଖ ସକାଳ ଯାଏଁ ରହିଛି ଲକ୍‌ଡାଉନ୍ ଡେଡ୍‌ଲାଇନ୍। ତେଣୁ ତା ପୂର୍ବରୁ କି ନିଷ୍ପତ୍ତି ନେବେ ସରକାର, ତାକୁ ନେଇ ବଢୁଛି ଉତ୍କଣ୍ଠା। ଯେହେତୁ ସଂକ୍ରମଣ ହାର ଖସୁଛି ତେଣୁ ତାକୁ ଦେଖି ଅନ୍‌ଲକ୍ ପ୍ରକ୍ରିୟାକୁ ଯିବା ପ୍ରାୟ ନିଶ୍ଚିତ ମନେ ହେଉଛି। ତେବେ ଏଠି ପ୍ରଶ୍ନ, କେଉଁ ଆଧାରରେ ହେବ ରାଜ୍ୟରେ ତାଲାଖୋଲା ନିଷ୍ପତ୍ତି। କଳ୍ପନାଜଳ୍ପନା ଭିତରେ ମୁଖ୍ୟତଃ ୪ଟି ପ୍ରମୁଖ ଦିଗ ଉପରେ ସରକାର ଅଧିକ ଧ୍ୟାନ ଦେବା ଅନୁମାନ କରାଯାଉଛି। ଯେମିତିକି ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାମାନଙ୍କରେ ତାଲା ଖୋଲାଯିବ ଓ ୫ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ଥିଲେ କଟକଣା ବଳବତ୍ତର ରହିବ। ତା’ସହ କେଉଁ ଜିଲ୍ଲାରେ କେତେ ଆକ୍ଟିଭ୍ କେସ୍ ରହିଛି ଓ ଟିକାକରଣ ହାରକୁ ଅନୁଧ୍ୟାନ କରି ଅନ୍‌ଲକ୍ ନିଷ୍ପତ୍ତି ହୋଇପାରେ।

ସେହିପରି ରୋଗୀ ସଂଖ୍ୟା ଓ ବେଡ୍ ଅକ୍ୟୁପାନ୍ସିକୁ ବି ବିଚାରକୁ ନିଆଯିବ ବୋଲି କୁହାଯାଉଛି। ତେଣେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି- ଅନଲକ୍ ନେଇ ସରକାର ଠିକ୍ ସମୟରେ ନିଷ୍ପତ୍ତି ନେବେ। ସବୁ ସ୍ଥାନରେ ଏନେଇ ତଦାରଖ ଚାଲିଛି। ଗତ ୧୫ଦିନର ଡାଟାକୁ ଦେଖି ବିଚାରବିମର୍ଷ ଜାରି ରହିଛି। ଦିନେ କି ଦୁଇଦିନ ଭିତରେ SRCଙ୍କ ପକ୍ଷରୁ ଗାଇଡଲାଇନ୍ ଆସିବ।

ସେପଟେ ଦିଲ୍ଲୀ, ମହାରାଷ୍ଟ୍ର ନୂଆ ନିୟମ ସହ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ବିହାରରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଅନ୍‌ଲକ୍। ଦିଲ୍ଲୀରେ ପ୍ରଥମେ ଅଡ୍-ଇଭିନ୍ ଫର୍ମୁଲାରେ ଦୋକାନ ଖୋଲିବାକୁ ଅନୁମତି ସହ ୫୦ ପ୍ରତିଶତ କର୍ମଚାରୀରେ ପ୍ରାଇଭେଟ୍ ଅଫିସ୍ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ସେଠାକାର ସରକାର। ହେଲେ କୌଣସି ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇ ନ ଥିଲେ। ସେହିପରି ମହାରାଷ୍ଟ୍ରରେ ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲା ସହ ୨୫ ପ୍ରତିଶତରୁ କମ୍ ମେଡିକାଲ ବେଡ୍ ଖାଲିଥିବା ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଉଠାଇ ଦେଇଥିଲେ।

ଏପଟେ ଆସନ୍ତାକାଲିଠୁ ବିହାରରେ ଆରମ୍ଭ ହେଉଥିବା ଅନ୍‌ଲକ୍ ପାଇଁ କିଛି ନୂଆ ନିୟମ ଜାରି କରିଛନ୍ତି ସେଠାକାର ସରକାର। ସେଠି ଏବେ ସଂଧ୍ୟା ୬ଟା ଯାଏଁ ସବୁ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ନାଇଟ୍‌କର୍ଫୁରେ ଘଣ୍ଟାଏ କୋହଳ ହୋଇଛି। ତେଣୁ ଏଠି ପ୍ରଶ୍ନ ଉଠେ, ସେଭଳି କିଛି ରାଜ୍ୟର ମଡେଲ ଅନୁସରଣ କରିବେ କି ଓଡ଼ିଶା ସରକାର? ନା ନୂଆ ନିୟମ ଆପଣାଇବେ?

ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଯେଉଁ ଦୁଇ ତିନିଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠାରେ ଆଉ ଗୋଟିଏ ଦୁଇ ସପ୍ତାହ ପର୍ଯ୍ୟନ୍ତ କଟକଣା ରହିଲେ ଭଲ। ସପ୍ତାହନ୍ତ ସଟ୍‌ଡାଉନ୍ ଓ ନାଇଟ୍ କର୍ଫ୍ୟୁ ଜାରି ରହିବା ଦରକାର। ତା’ସହ ସଂକ୍ରମଣ କମିଲେ ମଲ ଓ ଜିମ୍ ଖୋଲାଯିବା ଆବଶ୍ୟକ। ସାମାଜିକ ଓ ଧାର୍ମିକ ଉତ୍ସବ ଭଳି କାର୍ଯ୍ୟକ୍ରମରେ ଅତ୍ୟଧିକ ଭିଡ଼କୁ ଜଗିବା ଜରୁରୀ। ତେବେ ଅଧିକାଂଶ ଜିଲ୍ଲାରେ ଅନ୍‌ଲକ୍ ପ୍ରୋସେସ୍ ଆରମ୍ଭ ହୋଇଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର।

Other Stories

  •  bjp leaders came back to Odisha
    Odisha BJP ଗୁଜରାଟ ମଡେଲକୁ ଓଡ଼ିଶାରେ ଆପଣେଇବ ବିଜେପି

    ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସୁରଟ ଗସ୍ତ କରିଥିବା ୯ ଜଣିଆ ଟିମ ଭୁବନେଶ୍ୱର ଫେରିଛି।ଗୁଜରାଟ ବିଜେପିର କାର୍ଯ୍ୟପନ୍ଥା, ନୀତି ବିଷୟରେ ଜାଣିବା ପାଇଁ ଏହି ଟିମ୍‌ ସୁରଟ ଯାଇଥିଲେ। 

  • KOTIA
    Koraput କୋଟିଆର ସବୁ ଗାଁରେ ପଞ୍ଚାୟତ ନିର୍ବାଚନ କରିବେ ଓଡ଼ିଶା ସରକାର !

    ଆନ୍ଧ୍ର ପରେ କୋଟିଆରେ ଓଡ଼ିଶା କରିବ ନିର୍ବାଚନ । ଗତ ଏପ୍ରିଲ ୮ରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ କୋଟିଆରେ ପ୍ରବେଶ କରି ନିର୍ବାଚନ କରାଇଥିଲେ । ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ...

  • Pipili byelection
    Odisha କାହାକୁ ମିଳିବ ପିପିଲିବାସୀଙ୍କ ଆଶୀର୍ବାଦ?

    ବିଜେଡି, ବିଜେପି ଓ କଂଗ୍ରେସ୍ ନିଜ ନିଜର ୨୦ ଜଣିଆ ଷ୍ଟାର କ୍ୟାମ୍ପେନର୍ ତାଲିକା ପ୍ରକାଶ କରିସାରିଛନ୍ତି। ସବୁ ଦଳର ଷ୍ଟାର କ୍ୟାଂପେନର୍ ଓ ହେଭିେଓ୍ୱଟ୍ ନେତାମାନେ ପ୍ରଚାର ମୈଦାନକୁ ଖୁବ୍ ଶୀଘ୍ର ଓହ୍ଲାଇବେ କିନ୍ତୁ ପ୍ରଚାରରେ...

  • Subash Singh
    Cuttack Durga Puja ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ସୁବାସ ସିଂହଙ୍କ ସମାଲୋଚନା

    କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତୀ ଉଚ୍ଚତାକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ଏହି ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ସୁବାସ ସିଂହ ସମାଲୋଚନା କରିଛନ୍ତି । ପ୍ରଥମେ ଦେବାଶିଷ ସାମନ୍ତରାୟ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଥିବା...