ନଭେମ୍ବର ପାଇଁ ଅନ୍‌ଲକ୍-୬ ଗାଇଡ ଲାଇନ୍ ଜାରି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ Unlock-6 Guideline‌‌ ଆଜି ଜାରି ହୋଇଛି। ନଭେମ୍ବର ପାଇଁ ଏହି ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌ ଜାରି ହୋଇଛି।

ଜାଣନ୍ତୁ ଅନ୍‌ଲକ୍-୬ ଗାଇଡ୍‌ଲାଇନ୍‌ରେ କ’ଣ କ’ଣ ସବୁ ରହିଛି:

  • କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପୂର୍ବଭଳି କଟକଣା ବଳବତ୍ତର ରହିବ।
  • ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ସ୍ଥିର କରିବେ ଅବରୋଧ ଅଞ୍ଚଳ
  • ନଭେମ୍ବର ୧୫ ଯାଏଁ ବନ୍ଦ ରହିବ ସିନେମା ହଲ୍, ସୁଇମିଂ ପୁଲ୍
  • ବାହାଘରରେ ସର୍ବାଧତ୍କ ୨୦୦ ଲୋକ ଯୋଗ ଦେଇପାରିବେ
  • ଅନ୍ତିମ ସଂସ୍କାରରେ ସର୍ବାଧତ୍କ ୫୦ ଜଣ ଯୋଗ ଦେଇପାରିବେ
  • ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ
  • ନଭେମ୍ୱର ୧୬ରୁ ଖୋଲିବ ସ୍କୁଲ
  • ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ
  • ନବମରୁ ଦ୍ୱାଦଶ ବ୍ୟତୀତ ସବୁ ଶିକ୍ଷାନୁଷ୍ଠାନ ୩୦ ଯାଏଁ ବନ୍ଦ
  • ସ୍ଥାନୀୟ ପ୍ରଶାସନ ଅନୁମତିରେ ଖୋଲି ପାରିବ ଧର୍ମାନୁଷ୍ଠାନ
  • ଅନୁମତି ନେଇ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇ ପାରିବ
  • ପରିସ୍ଥିତିକୁ ଦେଖତ୍ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇପାରିବେ

 

You might also like