କାଲିଠୁ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍‌, ହେଲେ ଓଡ଼ିଶାରେ…

ଭୁବନେଶ୍ୱର: ଦୀର୍ଘ ୭୦ ଦିନର ବ୍ୟବଧାନ ପରେ କାଲିଠୁ ଦେଶର ବିଭିନ୍ନ ସ୍ଥାନରେ ଖୋଲିବ ଧାର୍ମିକସ୍ଥଳ, ସପିଙ୍ଗ୍ ମଲ, ହୋଟେଲ ଓ ରେଷ୍ଟୁରାଣ୍ଟ। ତେବେ ଓଡ଼ିଶାରେ କିଛି କ୍ଷେତ୍ରରେ ଜାରି ରହିବ କଟକଣା। କେନ୍ଦ୍ର ଗୃହ ମନ୍ତ୍ରାଳୟର ନୂଆ ଗାଇଡଲାଇନ୍ ଅନଲକ୍ ଓ୍ୱାନ୍ ଅନୁସାରେ କଣ୍ଟେନମେଣ୍ଟ ଅଞ୍ଚଳ ହୋଇନଥିଲେ କାଲିଠୁ ସର୍ବସାଧାରଣଙ୍କ ଲାଗି ଧାର୍ମିକସ୍ଥଳ, ସପିଙ୍ଗ୍ ମଲ, ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲି ପାରିବ।

କରୋନା ସଂକ୍ରମଣ ରୋକିବାକୁ ଏସବୁ ସ୍ଥାନରେ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ପାଳନ କରିବେ। କରୋନା ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶରେ ହୋଟେଲ, ରେଷ୍ଟୁରାଣ୍ଟ, ମଲ ଓ ଧାର୍ମିକସ୍ଥଳ ପ୍ରବେଶ ଉପରେ କଟକଣା ଲାଗି ରହିଥିଲା।

କାଲିଠୁ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ପରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରମୁଖ ମନ୍ଦିର, ମସଜିଦ ଓ ଚର୍ଚ୍ଚଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ତେବେ ଓଡ଼ିଶାରେ ଏହି ନିୟମ ସମ୍ପୂର୍ଣ୍ଣ ଲାଗୁ ହେବନି। ରାଜ୍ୟରେ ଜୁନରେ ୩୦ ଯାଏଁ ଧାର୍ମିକ ଅନୁଷ୍ଠାନ ବନ୍ଦ୍ ରହିବ। ସେହିଭଳି ସପିଙ୍ଗ୍ ମଲ ମଧ୍ୟ ଜୁନ୍ ୩୦ ଯାଏ ନଖୋଲିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ହୋଟେଲଗୁଡ଼ିକ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ଅନୁମତି ମିଳିଛି। କେବଳ ହୋଟେଲ ଭିତରେ ରହୁଥିବା ଅତିଥିଙ୍କୁ ରେସ୍ତୋରାଁ ସେବା ମିଳିବ। ସେହିଭଳି ରେସ୍ତୋରାଁଗୁଡ଼ିକ କେବଳ ହୋମ୍ ଡେଲିଭରି ଓ ପାର୍ସଲ ସେବା ଯୋଗାଇ ପାରିବେ।

 

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like