ବ୍ୟକ୍ତିଙ୍କ ପରିଚୟ କଣ ଜଣା ନାହିଁ, ଶୀତ କାକରରେ ଜଙ୍ଗଲ ଭିତରେ ପଡି ରହିଛନ୍ତି

ଟିଟିଲାଗଡ଼  : ଗରିବ ଲୋକେ ଯେମିତି ସୁବିଧାରେ ରହିବେ ସେନେଇ ସରକାରଙ୍କ ରହିଛି କେତେ ଯୋଜନା। ହେଲେ ଏହି ସବୁ ଯେମିତି ବହୁ ଦୂରରେ ଅଛି ଟିଟିଲାଗଡ଼ ବ୍ଲକ ବର୍ଣ୍ଣେଇ ଜଙ୍ଗଲରେ ଖୋଲା ଆକାଶ ତଳେ ଶୀତ କାକରରେ ପଡିଥିବା ବ୍ୟକ୍ତି ଜଣଙ୍କ ପାଇଁ। ତାଙ୍କ ପରିଚୟ କିଛି ଜଣା ନାହିଁ।

ତାଙ୍କ ଠିକଣା କଣ, କଣ କରନ୍ତି ସେ । କିଛି ଜଣାନାହିଁ। ଏମିତି ସବୁବେଳେ ଏକା ଥା’ନ୍ତି। ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ତାଙ୍କୁ ସହଯୋଗ କରିଥାନ୍ତି। ହେଲେ ଏବେ ପ୍ରବଳ ଶୀତ ହେଉଥିବାବେଳେ ଏମିତି ଏକା ଶୀତ କାକରରେ ଦିନ କାଟୁଛନ୍ତି।

ସେପଟେ, ଏନେଇ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରିବାକୁ କହିଛନ୍ତି।

 

 

You might also like