• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥିତ ଟିକରପଡ଼ାରେ ଅଜଣା ଜ୍ୱରକୁ ନେଇ ଆତଙ୍।  ଗତ ୨ ମାସ ଭିତରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  ଏହାକୁ ନେଇ ସମଗ୍ର ମୁନିଗୁଡ଼ା ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ସେତିକି ନୁହେଁ, ଟିକରପଡ଼ାରେ ଏବେ ବି ଅନେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ହାତ ଗୋଡ଼ ବିନ୍ଧା ହେଉଛି।  ପେଟ ବ୍ୟଥା ମଧ୍ୟ ହେଉଛି। ତା ପରେ ଭୀଷଣ ଜ୍ୱର ହେଉଛି। ମୁନିଗୁଡ଼ା ମେଡିକାଲକୁ ଗଲେ ସେଠାରେ  ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରୁଛନ୍ତି।

କିନ୍ତୁ ବିଷମକଟକସ୍ଥିତ ଘରୋଇ ମେଡିକାଲରେ ଡେଙ୍ଗୁ ହୋଇଥିବା ରିପୋର୍ଟ ମିଳୁଛି। ସେପଟେ ଘରୋଇ ମେଡିକାଲରେ ଡେଙ୍ଗୁ ରିପୋର୍ଟ ବାହାରିବା ଖବର ପାଇ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଏକ ମେଡିକାଲ ଟିମ୍, ମୁନିଗୁଡ଼ା ମେଡିକାଲ ଅଫିସର, ବିଡିଓ, ତହସିଲଦାର ଟିକରପଡ଼ାରେ ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତ॥ ଘର ଘର ବୁଲି ପରିସ୍କାର ପରିଚ୍ଛନ ରହିବାକୁ ଲୋକଙ୍କୁ ବୁଝାଉଛନ୍ତି ।

 

Unknown-fever-in-rayagada-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories