ଜ୍ୱର ପରେ ଫୋଟକା, ତା’ପରେ ଚିରନିଦ୍ରା

କୋରାପୁଟ: ପ୍ରଥମେ ଜ୍ୱର ହେଉଛି ଆଉ ତାପରେ ଫୋଟକା। ଶେଷରେ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଉଛି ବ୍ୟକ୍ତିଟିଏ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଉପରକୁଟିଙ୍ଗା ଗାଁରେ ଏହି ଅଜଣା ରୋଗ ଦେଖାଦେଇଛି।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଉପରକୁଟିଙ୍ଗା ଗାଁରେ ଭୟର ବାତାବରଣ। ଗତ ୧୯ରୁ ୨୨ ତାରିଖ ମଧ୍ୟରେ ଏଠାରେ ଅଜଣା ରୋଗ ନେଲାଣି ୩ ଜୀବନ। ପ୍ରଥମେ ଜ୍ୱର ହେଉଛି,ତାପରେ ଛାଡି ଯାଉଛି। ଏହାପରେ କିନ୍ତୁ ଯାଉଛି ଜୀବନ। କେବଳ ସେତିକି ନୁହେଁ ଏହା ଭିତରେ ୬ଟି ଗାଈଗୋରୁ ମଧ୍ୟ ମଲେଣି।

ଅଜଣା ରୋଗର କାରଣ କ’ଣ? କିଭଳି ଏହା ବ୍ୟାପୁଛି… ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ତେବେ ଗାଁର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଏହାର କାରଣ ହୋଇପାରେ ବୋଲି ଗ୍ରାମବାସୀ ଆଶଙ୍କା କରୁଛନ୍ତି।

ଗାଁ ଚାରିଆଡ଼େ ସଫା ନ ହୋଇ କୁଢ କୁଢ ମଇଳା ପଡି ରହିଛି। ୧୫୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁକୁ ବିଶୁଦ୍ଧ ପାନୀୟ ଯୋଗାଇବା ପାଇଁ କୌଣସି ବି ବ୍ୟବସ୍ଥା ନାହିଁ। ସେପଟେ ରୋଗ ନ ବ୍ୟାପିବା ନେଇ ପଦକ୍ଷେପ ନିଆଯାଉଛି ବୋଲି ଲକ୍ଷ୍ମୀପୁର ମେଡିକାଲ ଅଫିସର କହିଛନ୍ତି।

ସେପଟେ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ରକ୍ତନମୂନା ସଂଗ୍ରହ କରିବା ସହ କିଛି ରୋଗୀଙ୍କୁ କୋରାପୁଟ ସ୍ଥାନାନ୍ତର କରିଛନ୍ତି।

(କୋରାପୁଟରୁ ନାରାୟଣପାଟଣାରୁ ପି.ଗୋବିନ୍ଦ ରାଜୁ ସୁବୁଦ୍ଧିଙ୍କ ରିପୋର୍ଟ)

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like