ବାଲେଶ୍ୱର : ବୟସ ୩୦ । ହେଲେ ଦେଖିଲେ ଲାଗୁଛି ବାର୍ଦ୍ଧକ୍ୟ ଛୁଇଁଲାଣି। ଅଣ୍ଟା ନଇଁଯିବା ସହ ଦେହ ହାତ ବଙ୍କା ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ହାତିଅାଶିଳା ଗ୍ରାମରେ ଅଜଣା ରୋଗରୁ ମୁକ୍ତି ପାଇବା ଲାଗି ଲୋକେ ହୋମ ଯଜ୍ଞର ଅାଶ୍ରୟ ନେଇଛନ୍ତି। ଅଜଣା ରୋଗ ନେଇ ଖବର ପ୍ରସାରଣ ହେବା ପରେ ବାଲେଶ୍ୱରରୁ ଏକ ଡାକ୍ତରୀ ଟିମ୍ ଗାଁକୁ ଅାସି ପାଣିର ନମୂନା ପରୀକ୍ଷା କରିବା ସହ ଲୋକଙ୍କ ଚିକିତ୍ସା କରିଥିଲେ। ହେଲେ ଏ ଯାଏଁ କୌଣସି ରିପୋର୍ଟ ନ ଅାସିବାରୁ ଲୋକେ ହୋମଯଜ୍ଞର ଆଶ୍ରୟ ନେଇଛନ୍ତି।
ସେପଟେ ହୋମଯଜ୍ଞର ଅାୟୋଜନ ନେଇ କମିଟି ସଦସ୍ୟ ଭିନ୍ନ ମତ ରଖିଛନ୍ତି। ଜଳଶୁଦ୍ଧି କଲେ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ କିନ୍ତ ଅାରଡବ୍ଲୁଏସ୍ଏସ ଅଧିକାରୀଙ୍କୁ ହାତୀଅାଶାଳ ଗ୍ରାମ ପଠାଇ ତର୍ଜମା ପରେ ପଦକ୍ଷେପ ନିଅାଯିବ ବୋଲି କହିଛନ୍ତି ନୀଳଗିରି ବିଡ଼ିଓ।
ଅଜଣା ରୋଗ ନେଇ ହାତୀଅାଶାଳ ବାସିନ୍ଦା ଅାତଙ୍କିତ ଥିବା ବେଳେ କେବଳ ନମୂନା ନେଇ ବସି ରହିଛି ସ୍ୱାସ୍ଥ୍ୟ ବିଭାଗ । ରୋଗର ପ୍ରକୃତ କାରଣ କଣ ? ଏବେ ତାକୁ ହିଁ ଅପେକ୍ଷା ।
Published By: Odishatv Bureau
Last updated: 17 September 2018, 12:19 PM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।