ଗାଁ’ରେ ବୁଲୁଛି ବାଘ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନକପୁର ଗାଁ ନିକଟ ସାହାଜଖୋଲ ଜଙ୍ଗଲରେ ବାଘ ଆତଙ୍କ ଖେଳିଯାଇଛି। ଏଥିପାଇଁ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ଏକ ଗାଈକୁ ବାଘ ମାରିଦେଇଥିବା ବେଳେ ଗାଁ ଆଖପାଖରେ ବୁଲୁଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏ ନେଇ ସେମାନେ ବନବିଭାଗକୁ ଖବର ଦେବା ପରେ ବେହେରା ସେକ୍ସନର ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି।

ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ସହ ଘଞ୍ଚ ଜଙ୍ଗଲରେ କୌଣସି ହିଂସ୍ରଜନ୍ତୁ ଗାଈକୁ ମାରିଥିବା ଫରେଷ୍ଟର କହିଛନ୍ତି। ତେବେ ଏହା ବାଘ ବୋଲି ସେ ସ୍ପଷ୍ଟ କରିନାହାନ୍ତି। ସେପଟେ ଗାଁଠାରୁ ୩ କିଲୋମିଟର ଦୂରରେ ଘଞ୍ଚ ଜଙ୍ଗଲ ଥିବା ବେଳେ ସେଠାକୁ ନ ଯିବା ଲାଗି ବନବିଭାଗ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛି।

ଅନ୍ୟପଟେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଠୁରିଗୁଡା ପଂଚାୟତରେ ହାତୀ ଦେଖିବାକୁ ମିଳିଛି। ବଂଶଧାରା ନଦୀ କୂଳରେ ଗୋଟିଏ ଦନ୍ତାହାତୀ ଦେଖା ଦେବା ପରେ ସ୍ଥାନୀୟଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି।

ହାତୀ ଭୟରେ ଗାଁ ଲୋକେ ବିଲବାଡ଼ି କାମକୁ ଭୟରେ ଯାଉନାହାନ୍ତି। ଅନ୍ୟପଟେ ଫସଲ ଅମଳ ସମୟ ହୋଇଯାଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଖବର ପାଇ ବନବିଭାଗ ଟିମ୍ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।

ସେହିପରି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କତରଡ଼ା ଗାଁ’ରେ ଭାଲୁ ଆକ୍ରମଣ କରିବାରୁ ପତି-ପତ୍ନୀ ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ

ପରୀ ହତ୍ୟା ପ୍ରସଙ୍ଗରେ ସମ୍ବିତଙ୍କ ପ୍ରଶ୍ନ; ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ?

ପରୀ ପ୍ରସଙ୍ଗରେ ଗୃହରେ କାହିଁକି ଚୁପ୍ ରହିଲା କଂଗ୍ରେସ ? କାରଣ କହିଲେ ସାଲୁଜା

କରୋନା ମୃତ୍ୟୁ ସଂଖ୍ୟା କମିଲା; ୫ ରୋଗୀ ଆଖି ବୁଜିଲେ

ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଖରିଫ ଧାନକିଣାର ତଦାରଖ କରିବେ ୧୨ ଅଫିସର

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି, କ’ଣ ରହିବ ଏହାର ପ୍ରଭାବ, ଜାଣନ୍ତୁ

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି?

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ?

ବିନା ମାଟିରେ ଚାଷ ସମ୍ଭବ, ବିଶ୍ୱାସ ହେଉନି ? ଦେଖନ୍ତୁ ଭିଡିଓ

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରିବ କଂଗ୍ରେସ

ମାସେ ପୂର୍ବରୁ ସରିଲା ଶୀତ ଅଧିବେଶନ; ଗୃହ ମୁଲତବୀକୁ କଂଗ୍ରେସ, ବିଜେପିର ବିରୋଧ

You might also like