ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ।  ବଲାଙ୍ଗିରରେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଆୟୋଜନ କଲେ ‘ଦାୱତ ଏ ଦରବାର’ କାର୍ଯ୍ୟକ୍ରମ। ଭିନ୍ନ ଭିନ୍ନ ଧର୍ମର ଛାତ୍ରଛାତ୍ରୀ ମାନେ ନିଜକୁ ମୁସଲିମ ବେଶରେ ସଜେଇ, ସେମାନଙ୍କ ଖାଦ୍ୟ ପ୍ରସ୍ତୁତ କରିବା ସହ ନୃତ୍ୟ ପରିବେଷଣ କରିଥିଲେ।

ପାଠ ପଢା ସହିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଥିବା ଏହି ଛାତ୍ରଛାତ୍ରୀ ମାନେ ଏଥର ସାରା ଦୁନିଆକୁ ଭାଇଚାରାର ବାର୍ତ୍ତା ଦେବା ପାଇଁ ଦାୱତ ଏ ଦରବାରର ଆୟୋଜନ କରିଛନ୍ତି। କେବଳ ଏତିକି ନୁହେଁ, ମୁସଲିମ ରାଷ୍ଟ୍ର ମାନଙ୍କରେ ପ୍ରସ୍ତୁତ କରାଯାଉଥିବା ଖାଦ୍ୟ ସାମଗ୍ରୀ ମଧ୍ୟ  ନିଜେ ତିଆରି କରିଥିଲେ।

ଉଲ୍ଲେଖନୀୟ ଯେ, ‘ଦାୱତ ଏ ଦରବାର’ ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଏସ.ଆଇ.ଏଚ.ଏମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବଲାଙ୍ଗିର ଜିଲ୍ଳାପାଳ ଅରିନ୍ଦମ ଡାକୁଆ।  ଏଠାରେ ପାଠପଢ଼ି ଆତ୍ମନିର୍ଭରଶୀଳ ହେଉଛନ୍ତି ଶହ ଶହ ଛାତ୍ରଛାତ୍ରୀ। ତେଣୁ ଛାତ୍ରଛାତ୍ରୀଙ୍କ ଏହିଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଜିଲ୍ଳାପାଳ।

ବିଭିନ୍ନତା ମଧ୍ୟରେ ଏକତାର ପରିଚୟ ଦେଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ବଲାଙ୍ଗିର ହୋଟେଲ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀ। ଆଉ ‘ଦାୱତ ଏ ଦରବାର’ ତାହାର ସ୍ପଷ୍ଟ ଉଦାହରଣ।

ଆହୁରି ପଢ଼ନ୍ତୁ

କେତେଦିନ ରହିବ ଏ ‘ମାଇବାପ୍‌’ ସରକାର ?

ହାତ ନାହିଁ କିନ୍ତୁ ଗୋଡ଼ରେ ଆଙ୍କୁଛନ୍ତି ଜୀବନ୍ତ ଛବି, ଦେଖନ୍ତୁ ଭିଡିଓ

ଚୀନରୁ ଚିହ୍ନଟ ହେଲା ଆଉ ଏକ ଭୟଙ୍କର ଭୂତାଣୁ: ପୁଣି ଏକ ମହାମାରୀ ଆଶଙ୍କା !

ଆଜିର ଦିନରେ ଆକାଶରୁ ଖସିଥିଲା ପ୍ରାୟ ୪୦୦ ଫିଟ୍‌ର ଗ୍ରହାଣୁ

ଶେଷ ଭିଡିଓ ବାର୍ତ୍ତାରେ ‘ବାଏ…ଡାଡି…ବାଏ’ କହି ଆଖି ବୁଜିଲେ ପୁଅ

ମହାରାଣୀ ଏଲିଜାବେଥଙ୍କ ଏଇ ଜିନିଷରେ ହାତ ଲଗାଇବାର ଅଧିକାର କାହାର ନାହିଁ

ସ୍ୱାମୀ ଚିକେନ୍‌ ବିରିୟାନୀ ନଦେବାରୁ ପତ୍ନୀ ନେଲେ ଚରମ ନିଷ୍ପତ୍ତି

ସ୍କୁଲ୍ ବହିରେ ପଢ଼ାଯିବ ଜନ୍ନତଙ୍କ କାହାଣୀ

କେହି ରାଜି ନହେବାରୁ ନିଜେ ମ୍ୟାନ୍‌ହୋଲ୍‌ ଭିତରେ ପଶି ଅଳିଆ ସଫା କଲେ ବିଜେପି କର୍ପୋରେଟର୍

ପକେଟ ମନିରୁ ଫେସ୍‌ ସିଲ୍ଡସ୍ ମାସ୍କ ତିଆରି କଲେ ଦଶମ ଶ୍ରେଣୀର ଛାତ୍ର

ଚା’ ବିକାଳୀଙ୍କ ଝିଅ ହେଲେ ଫ୍ଲାଇଙ୍ଗ୍‌ ଅଫିସର

ଅଣ୍ଡାରେ କଲେ ଏମିତି ଟ୍ରିକ୍, ଜିତିଲେ ଗିନିଜ ବୁକ୍‌ ରେକର୍ଡ, ଭିଡିଓ ଭାଇରାଲ

You might also like