• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ରାଉଲକେଲା: ରାଉରକେଲା ଝିରପାଣି ଗାଁରେ ରହୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରୋନିତ ପଣ୍ଡା। ଅଦରକାରୀ ଜିନିଷରେ ତିଆରି କରିଛନ୍ତି ନନ୍ଦିଘୋଷ ରଥ। ରଥ ଉପରେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ବିରାଜମାନ କରିଛନ୍ତି। ଏହି ରଥକୁ ତିଆରି କରିବା ପାଇଁ ପ୍ରୋନିତଙ୍କୁ ଲାଗିଛି ୨୦ ଦିନ ସମୟ। ପରିବାର ଲୋକେ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରେରଣା ଦେଇଛନ୍ତି।

ସୋଲ, ଚକଲେଟ ଜରି, କାଠି ଆଦି ଜିନିଷରେ ସେ ଏହି ରଥ ତିଆରି କରିଛନ୍ତି। ଜଗନ୍ନାଥଙ୍କ ରଥ ତିଆରି ପାଇଁ କେଉଁଠୁ ପ୍ରେରଣା ପାଇଲେ ପ୍ରୋନିତ୍, କାହିଁକି ମନରେ ଆସିଲା ଏଭଳି ଚିନ୍ତାଧାରା, ସେନେଇ ପ୍ରୋନିତ ଓ ତାଙ୍କ ମାଙ୍କ ସହ ଅଧିକ ଆଲୋଚନା କରିଛନ୍ତି।

ସେହିପରି ପୁରୀ ପଥୁରିଆ ସାହିର  ଯୋଗେନ୍ଦ୍ର ନାୟକ ଅରୁଆ ଚାଉଳରେ ତିଆରି କରିଛନ୍ତି ନନ୍ଦିଘୋଷ ରଥ। ଅତି ସୁନ୍ଦର ଭାବରେ ରଥର ୧୬ଟି ଚକ, ଦୁଆରବେଢା, ପୋଟଳ, ପାରାଭାଡି, ଦଧିନଉତି, ଓଲଟଶୁଆ, ଅଶ୍ୱ, ସାରଥୀ ତିଆରି କରିଛନ୍ତି ୧୫ ଦିନ ଧରି ଅକ୍ଳାନ୍ତ ପରିଶ୍ରମ କରି ଚାଉଳର ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି। ଯୋଗେନ୍ଦ୍ର ଚାଉଳକୁ ଅତି ନିଖୁଣ ଭାବରେ ଯୋଡି ଯୋଡି ରଥ ନିର୍ମାଣ କରିଛନ୍ତି। ଏହାପୂର୍ବରୁ ସେ ଦିଆସିଲି କାଠି, ଆଇସକ୍ରିମ କାଠି ଓ ଅନ୍ୟାନ୍ୟ ସାମଗ୍ରୀରେ ମହାପ୍ରଭୁଙ୍କର ରଥ, ମୂର୍ତ୍ତି ତିଆରି କରିଥିଲେ।

Unique-ratha-is-made-by-8th-class-student
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories