ନିଆରା ବାହାଘର ; ସାତ ଜନମର ସାଥୀ ହେଲେ ସୁଧାଂଶୁ-ସୁଚିତ୍ରା

ଦୁହେଁ ଜନ୍ମରୁ ଶୁଣି ପାରନ୍ତିନି କି କହିପାରନ୍ତିନି

ବ୍ରହ୍ମଗିରି : କୁହାଯାଏ ସ୍ୱର୍ଗରେ ସ୍ଥିର ହୋଇଥାଏ ବାହାଘର। ପୁରୀ ଜିଲ୍ଲା ବ୍ରହ୍ମଗିରିର ସେମିତି ଏକ ବାହାଘର ହୋଇଛି, ଯେଉଁଠି ଏହି ଯୋଡ଼ିଙ୍କୁ ଦେଖିଲେ ଆପଣ ବି ଭାବିବେ କଥାଟା ମିଛ ନୁହେଁ, ପୂରା ସତ। କେଉଁ ବଡ଼ ସେଲିବ୍ରିଟିଙ୍କ ବାହାଘର କଥା ଆମେ କହୁନୁ, ହେଲେ ବାହାଘର ପରେ ସେ ଯୋଡ଼ି ମଧ୍ୟ ସେଲିବ୍ରିଟିଙ୍କ ଠାରୁ କିଛି କମ୍ ନୁହଁନ୍ତି।

ଡିଜେ ବାଜୁଥିଲା। ଧୁମ୍‌ଧଡ଼କା ବୋବାଲିଆ ନାଚ ହେଉଥିଲା। ଗାଁ ଦାଣ୍ଡ ଦୁଲୁକେଇ ବର ଆସୁଥିଲା, କନିଆଁ ଘର। ବନ୍ଧୁବାନ୍ଧବ ସାଙ୍ଗସାଥୀଙ୍କ ମେଳରେ ଧୁମ୍ ଜମିଥିଲା ବାହା ରୋଷଣୀ। ହସ ଖୁସି ବାହାରି ପଡୁଥିଲା ବର ମୁହଁରୁ। ଆଉ ଏପଟେ ଅୟୁତ ଆଶା ନେଇ ବେଦୀକୁ ଯିବାକୁ ସଜେଇ ହୋଇ ବସିଥିଲା କନ୍ୟା।

ହେଲେ ବାହାଘରର ଏତେ ସବୁ କୋଳାହଳ କିନ୍ତୁ ଶବ୍ଦହୀନ ଥିଲା ଏ ସୁନ୍ଦର ଯୋଡ଼ିଙ୍କ ପାଇଁ। ଠାର ଠାରରେ ପ୍ରେମ। ବ୍ରାହ୍ମଣଙ୍କ ମନ୍ତ୍ରପାଠ ଭିତରେ ହାତକୁ ଦି’ହାତ ହୋଇ ଛୁଆଁରେ ଛୁଆଁରେ ଅନୁଭବ କରୁଥିଲେ ଉଭୟ ଉଭୟଙ୍କୁ। ଖଇ ଆଞ୍ଜୁଳାରେ ବୁଣି ହୋଇଯାଉଥିଲା ସ୍ୱପ୍ନ।

ନିରାକାରପୁର ଗୋପାଳପୁର ଅଞ୍ଚଳର ସୁଧାଂଶୁ, ବ୍ରହ୍ମଗିରି ଗମ୍ଭାରୀ ଗାଁର ସୁଚିତ୍ରା। ଦୁହେଁ ଜନ୍ମରୁ ଶୁଣି ପାରନ୍ତିନି କି କହିପାରନ୍ତିନି। ହେଲେ ଏଥିପାଇଁ ଯେ ଉଭୟଙ୍କ ବିବାହ ଲାଗି ବାହାରୁ ପ୍ରସ୍ତାବ ଆସୁ ନଥିଲା ତା ନୁହେଁ, କିନ୍ତୁ ଦୁହେଁ ଚାହୁଁଥିଲେ ସେମାନଙ୍କ ଭଳି ସାଥୀଟିଏ।

ପରିବାର ଓ ସମାଜସେବୀଙ୍କ ସହଯୋଗରେ ଦୁଇ ନିର୍ବାକଙ୍କୁ ଜୀବନସାଥୀ ମିଳିଲା। ପୁଣି ବାହାଘର ହେଲା ବାକ୍‌ଦେବୀ ମାଆ ସରସ୍ୱତୀଙ୍କ ପ୍ରିୟ ତିଥି ଶ୍ରୀପଞ୍ଚମୀରେ। ପ୍ରଭୁ ଅଲାରନାଥଙ୍କ ପୀଠରେ। ସକଳ ବାଧା ସତ୍ତ୍ୱେ ଜୀବନ ଅଟକିଲାନି, ବରଂ ଆଗକୁ ବଢ଼ି ଚାଲିଲା ଶାଖା ମେଲିବାର ସ୍ୱପ୍ନ ନେଇ।

ଆହୁରି ପଢ଼ନ୍ତୁ

୧୨ ବର୍ଷର ବାଳକ ତିଆରି କଲେ ରୋବର୍ଟ

ଶ୍ରୀମନ୍ଦିର ସୁରକ୍ଷା ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ବଢୁଛି ଅସନ୍ତୋଷ

ଦୌଡ଼ୁଥିବା ଘୋଡ଼ା ପିଠିରେ ଠିଆ ହୋଇ ତ୍ରିରଙ୍ଗା ଉଡ଼ାଇଲେ ବାଳକ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ

ଅଗଷ୍ଟ ୧୫: ଭାରତର ସ୍ୱାଧୀନତା ପାଇଁ କିଏ ବାଛିଥିଲେ ଏହି ତାରିଖ ?

ଯେତେବେଳେ ମୋଦିଙ୍କୁ ସୁଷମା କହିଥିଲେ,‘ଆରେ ଭାଇ ଏମିତି ହୁଏନି’

ଘାତକ ହେଉଛି ସର୍ପାଘାତ ; ରାଜ୍ୟରେ ଚିନ୍ତାଜନକ ଭାବେ ବଢି ଚାଲିଛି ସାପ କାମୁଡ଼ାଜନିତ ମୃତ୍ୟୁ

ସଂଗ୍ରାମୀଙ୍କ ରକ୍ତରେ ଭିଜା ଲାଲ୍‌ମାଟିକୁ ବୋତଲରେ ରଖି ପୂଜା କରୁଥିଲେ ଭଗତ୍‌ ସିଂ

ଏବେ ବି ଗୁଲାମଗିରିରୁ ମୁକୁଳି ନାହାନ୍ତି ପିମ୍ପୁଡ଼ି….ଜାଣନ୍ତୁ କିଛି ରୋଚକ କଥା

ଏବେ ଶ୍ରୀନଗରବାସୀଙ୍କ ସୁଖଦୁଃଖର ସାଥୀ ଏଇ ଦୁଇ ମହିଳା ଅଫିସର

ବୃଦ୍ଧ ଦମ୍ପତିଙ୍କୁ ପ୍ରଶଂସା ; ଘରେ ପଶିଥିବା ଲୁଟେରାଙ୍କୁ କଲେ କଡ଼ା ମୁକାବିଲା

ପଜେସିଭ୍‌ ପାର୍ଟନର୍‌ଙ୍କୁ ମନେଇବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏସବୁ ଉପାୟ

You might also like