ସ୍ୱତନ୍ତ୍ର ପରମ୍ପରା ; ଏଠାରେ ଅନୁଷ୍ଠିତ ହୁଏ ଦେବୀ-ମାନବ ବିବାହ

ଆଳି : ଆଧୁନିକ ଯୁଗରେ ବି ବଞ୍ଚି ରହିଛି ଏମିତି ପରମ୍ପରା। କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ବଜରପୁର ଗାଁରେ ଅନୁଷ୍ଠିତ ହୋଇଛି ଦେବୀ-ମାନବ ବିବାହ। ଗାଁର ଆରାଧ୍ୟ ଦେବୀ ମାଆ ବାସୁଳାଇଙ୍କ ସହ କୁମ୍ଭାର ରାଜା ବଳୀଙ୍କ ବିବାହ ହୋଇଛି।

ଏହି ଗାଁରେ ବହୁ ପୂର୍ବରୁ ଏପରି ଏକ ପରମ୍ପରା ଚଳି ଆସୁଛି। ଯେଉଁଠି ଦେବୀ-ମାନବ ବାହାଘର ହେଉଛି। ଆଧୁନିକତାର ଏହି ସମାଜରେ ଆଜି ବି ବଜାୟ ରହିଛି ଏହି ପରମ୍ପରା।

ଏହି ଦେବୀ-ମାନବ ବାହାଘର ଖୁବ୍‌ ଆଡ଼ମ୍ବରରେ ଆୟୋଜିତ ହୋଇଛି। ସଂଗୀତର ତାଳେ ତାଳେ ବରଯାତ୍ରୀଙ୍କ ପାଦ ଉଠୁଛି ପଡୁଛି। ବାଜା ରୋଷଣୀରେ କମ୍ପୁଛି ଗାଁ ଦାଣ୍ଡ। ରାସ୍ତାର ଦୁଇ କଡ଼ରେ ଭିଡ଼ ଜମିଛି ବରକୁ ଦେଖିବା ଲାଗି।

କିମ୍ବଦନ୍ତୀ ଅନୁସାରେ, ପ୍ରତିବର୍ଷ ଅଗ୍ନି ଉତ୍ସବ ପୂର୍ଣ୍ଣିମାରେ ବଜରପୁର ଗାଁରେ ଅନୁଷ୍ଠିତ ହୋଇଥାଏ ମାଆ ବାସୁଳାଇଙ୍କ ବାହାଘର। କୁମ୍ଭାର ରାଜା ବଳୀର ବଂଶଧର ମାନେ ବଳୀ ଓ ବିଶୁଳୀର ପ୍ରତିମୂର୍ତ୍ତି ଧରି ବାଜା ରୋଷଣୀ ସହ ବଜରପୁରରେ ପହଞ୍ଚିଥାନ୍ତି।

ରୀତିନୀତି ମୁତାବକ କନ୍ୟାପକ୍ଷରୁ ସ୍ୱାଗତ କରାଯାଇଥାଏ। ପରେ ପୂଜକ ବାସୁଳାଇଙ୍କ ପିତା ହୋଇ ଏହି ବିବାହରେ କନ୍ୟାଦାନ କରିଥାନ୍ତି। ଏହି କାର୍ଯ୍ୟ ହେବା ପରେ ସେଠାରେ ବିବାହ ଓ ବ୍ରତୋପନୟନ ଭଳି ଶୁଭକାର୍ଯ୍ୟ କରିଥାନ୍ତି ଲୋକେ। ବଜରପୁର ଗାଁର ଏହି ପରମ୍ପରା ସ୍ୱତନ୍ତ୍ର। ଏହା ଲୋକଙ୍କ ମନରେ ଯେ ଖାଲି ଆଧ୍ୟାତ୍ମିକ ଭାବନା ସୃଷ୍ଟି କରେ ତା ନୁହେଁ, ଏହାସହ ପରସ୍ପର  ମଧ୍ୟରେ ଭାଇଚାରା ଓ ସ୍ନେହର ଆଦାନ ପ୍ରଦାନ ଲାଗି ଆଣିଥାଏ ଏକ ଅପୂର୍ବ ସୁଯୋଗ।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like