ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟସେବା ତଦାରଖ। ପ୍ରତାପ ଆଜି ସକାଳେ ହଠାତ୍‌ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରି ସ୍ୱାସ୍ଥ୍ୟସେବା ସଂପର୍କରେ ପଚାରି ବୁଝିଛନ୍ତି। ଡାକ୍ତରଖାନାରେ ପହଞ୍ଚିବାବେଳେ ଡାକ୍ତର ନ ଥିବା ଦେଖିବାକୁ ପାଇଥିଲେ।

ଏହାସହ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ହେଉଥିବା ନେଇ ତାଙ୍କ ପାଖରେ ଅଭିଯୋଗ ହୋଇଥିଲା। ଡାକ୍ତରଙ୍କ ପାଇଁ କ୍ୱାର୍ଟର ହୋଇଥିବାବେଳେ, ଏଠାରେ ଡାକ୍ତର ରହୁନଥିବା ଦେଖିବାକୁ ପାଇଥିଲେ। ତେବେ ଏଭଳି ସମସ୍ୟାର ସମାଧାନ ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରତାପ।

You might also like