ଝାଡ଼ୁ ମାରିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱଚ୍ଛ ଅଭିଯାନ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍‌ର ପର୍ଯ୍ୟଟନ ସ୍ଥଳ ପଞ୍ଚଲିଙ୍ଗେଶ୍ୱରରେ ସ୍ୱଚ୍ଛ ଭାରତ ଅଭିଯାନରେ ପ୍ରତାପ ଷଡ଼ଙ୍ଗୀ ସାମିଲ ହୋଇଛନ୍ତି।

ଆଜି ସକାଳୁ କେନ୍ଦ୍ରମନ୍ତ୍ରୀ ପଞ୍ଚଲିଙ୍ଗେଶ୍ୱର ବସ୍‌ଷ୍ଟାଣ୍ଡର ବିଭିନ୍ନ ଅଞ୍ଚଳରେ ଝାଡୁ ମାରି ସଫେଇ କରିଥିଲେ। ଏଥିରେ ତାଙ୍କ ସହ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସମେତ ବହୁ କର୍ମୀ ମଧ୍ୟ ସାମିଲ ହୋଇଥିଲେ।

You might also like