ଭୁବନେଶ୍ୱର: ବିଜେଡି ନେତା କୁନା ତ୍ରିପାଠୀଙ୍କ ‘ବିଦ୍ୟୁତ୍ ଟ୍ରାନ୍ସଫର୍ମର’ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ଟ୍ୱିଟ୍‌ କରି ସେ କହିଛନ୍ତି,“ବାଲେଶ୍ୱରର ଦିବଙ୍ଗତ ବିଧାୟକ, ବାଲେଶ୍ୱର ବାସୀଙ୍କ ସୁଖ ଦୁଃଖର ସାଥି ମଦନ ମୋହନ ଦତ୍ତଙ୍କୁ ଅକାମୀ ଟ୍ରାନ୍ସଫର୍ମର କହି ବିଜେଡି ନେତା କୁନା ତ୍ରିପାଠୀ ନିଜର ରୁଚିହୀନତା, ସମ୍ବେଦନହୀନତା ଓ ଦାୟିତ୍ୱହୀନତା ପ୍ରକଟ କରିଛନ୍ତିl”

ପ୍ରତାପ ଷଡ଼ଙ୍ଗୀ ଆହୁରି କହିଛନ୍ତି, ‘ବିଜେଡି ନେତାମାନେ ବାରମ୍ବାର ଏପରି ହୃଦୟହୀନ ମନ୍ତବ୍ୟ ଦେଇ ନିଜର ସମ୍ବେଦନହୀନତା ଓ ଦାୟିତ୍ୱହୀନତା ପ୍ରକଟ କରିଛନ୍ତି।’

ଏହାପୂର୍ବରୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସୁଯୋଗ ମନ୍ତବ୍ୟକୁ ନେଇ ତେଜିଥିଲା ରାଜନୀତି। ଯାହାକୁ ନେଇ ପରବର୍ତ୍ତୀ ସମୟରେ ଦୁଃଖ ପ୍ରକାଶ କରିଥିଲେ ରଣେନ୍ଦ୍ର।

ସୂଚନାଥାଉ କି, ବାଲେଶ୍ୱର ଉପ-ନିର୍ବାଚନ ପ୍ରଚାର ବେଳେ କୁନା ତ୍ରିପାଠୀଙ୍କ ଭାଷଣକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିଦ୍ୟୁତ୍ ଟ୍ରାନ୍ସଫର୍ମର ପ୍ରସଙ୍ଗକୁ ନେଇ ବାଲେଶ୍ୱରରେ ଏକ ସଭାରେ କୁନା କହିଥିଲେ, ବିଜୁଳି ଶକ୍ତି ଭଳି ନବୀନ ବାବୁ ବିକାଶକୁ ସେଠାରୁ ପଠାଉଛନ୍ତି। ତେବେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲେ ବିକାଶର ବିଜୁଳି କିପରି ପହଞ୍ଚିବ। ଖାଲି ସେତିକି ନୁହେଁ କିଛି ଦିନ ହେଲା ଏଠାରେ ଯେଉଁ ଟ୍ରାନ୍ସଫର୍ମର ବସିଥିଲେ, ସେ କାମ କଲେନି ବୋଲି କୁନା କହିଥିଲେ। ତେବେ କୁନାଙ୍କ ଏଭଳି ଭାଷଣକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି।

https://youtu.be/9S9beiY1PMg

Other Stories