ଦୀପାବଳି ପାଳିବାକୁ ଦିଲ୍ଲୀରୁ ଲୁଚି ଗାଁକୁ ଚାଲିଆସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱର: ଦିଲ୍ଲୀ ଗାଦିରେ ନନାଙ୍କ ମନ ଲାଗିଲା ନାହିଁ। ପିଲାଦିନ କଥା ଭାରି ମନେପଡ଼ିଲା। କେନ୍ଦ୍ରମନ୍ତ୍ରୀ ପଦବୀ ଭିତରେ ଲୁଚିଥିବା ଗାଁର ସରଳ ମନଟା ଛଟପଟ ହେଲା। ସବୁ ସୁରକ୍ଷାକୁ ବାହାରେ ଛାଡ଼ି କାହାକୁ କିଛି ନ କହି କୌଣସି ଖବର ନ ଦେଇ ଲୁଚି ଲୁଚି ସିଧା ଗାଁରେ ଆସି ହାଜର୍‌ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଆଉ ଛୋଟ ପିଲାଙ୍କ ଭଳି ଘର ସାମ୍ନାରେ ଦାଣ୍ଡରେ ପିଲାଙ୍କ ସହ ମିଶି ବାଣ ଫୁଟାଇଲେ।

ଫଟୋରେ ଦେଖନ୍ତୁ କେନ୍ଦ୍ରମନ୍ତ୍ରୀ ତଥା ସମସ୍ତଙ୍କର ପ୍ରିୟ ନନା କେମିତି ପିଲାଙ୍କ ସହ ମିଶି ବାଣ ଫୁଟାଉଛନ୍ତି। ଫୁଲ୍‌ଝରି, ଦପଦପି ଓ କୁମ୍ପୀବାଣ ଫୁଟାଇ ମଜା ନେଉଛନ୍ତି କେନ୍ଦ୍ରମନ୍ତ୍ରୀ। କିନ୍ତୁ ପିଲାଙ୍କ ସହିତ ଏମିତି ହଠାତ୍‌ ବାଣ ଫୁଟାଇବାର ଦେଖି ଆମ ପ୍ରତିନିଧି ପଚାରିବାରୁ ନନା  କଣ କହିଲେ ଭିଡିଓରେ ଶୁଣନ୍ତୁ।

 

You might also like