ସମସ୍ତ ସେବାୟତଙ୍କୁ ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି 

ଭୁବନେଶ୍ୱର: ସେବାୟତଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି ଯେ,ଜଗନ୍ନାଥ ମନ୍ଦିର ପୂଜକଙ୍କୁ ୫ ହଜାର ଟଙ୍କା ଦେବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ।

ସେହିପରି ରାଜ୍ୟର ଅନ୍ୟ ସେବାୟତଙ୍କୁ ୫ ହଜାର ଲେଖାଏଁ ଦିଅନ୍ତୁ ବୋଲି ପ୍ରତାପ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି। ଏପରି ସହାୟତା ଲକଡାଉନ କାଳରେ ପୂଜକଙ୍କ ପାଇଁ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଚିକିତ୍ସାରେ ଅବହେଳା ନକରିବାକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏହାବ୍ୟତୀତ ଆୟୁଷ୍ମାନ ଭାରତ ସ୍କିମ୍‌ ଲାଗୁ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଆୟୁଷ୍ମାନ ଭାରତ ଲାଗୁ ହୋଇନଥିବାରୁ ରାଜ୍ୟର ଶ୍ରମିକ ଅସୁବିଧାରେ ପଡ଼ୁଛନ୍ତି। ଲକ୍‌ଡାଉନ୍‌ରେ ରାଜ୍ୟ ବାହାରେ ଅଟକିଥିବା ଶ୍ରମିକ ଅନେକ ସମସ୍ୟାରେ ଅଛନ୍ତି। ଅନ୍ୟ ୨୫ଟି ରାଜ୍ୟ ଓ ୭ କେନ୍ଦ୍ରଶାସିତ ଅଞ୍ଚଳ ପରି ରାଜ୍ୟ ସରକାର ଏହି ସ୍କିମ ଲାଗୁ କରନ୍ତୁ ଫଳରେ ରାଜ୍ୟବାସୀ ଏହି ସ୍କିମ୍‌ର ସୁବିଧା ପାଇପାରିବେ ବୋଲି ପ୍ରତାପ ଷଡ଼ଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

You might also like