ବିଜୟ ମାଲ୍ୟାଙ୍କୁ ସ୍ମାର୍ଟ କହି କ୍ଷମା ମାଗିଲେ ଜୁଏଲ ଓରାମ୍

ଭୁବନେଶ୍ୱର : ଅାଦିବାସୀ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଲାଗି ଅଭିଭାଷଣ ଦେବା ବେଳେ ବିଜୟ ମାଲ୍ୟାଙ୍କୁ  ସ୍ମାର୍ଟ ବୋଲି କହିଥିବାରୁ କ୍ଷମା ମାଗିଲେ କେନ୍ଦ୍ର ଅାଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ୍। ଜୁଏଲ ଗତକାଲି ଏ ସମ୍ପର୍କରେ ଗଣମାଧ୍ୟକୁ ସ୍ପଷ୍ଟୀକରଣ ଦେଇ ମାଲ୍ୟାଙ୍କ ନାଁ ଭୁଲ୍‌ କ୍ରମେ ଉଚ୍ଚାରଣ କରିଥିବା କହିଛନ୍ତି।

ମାଲ୍ୟାଙ୍କ ବଦଳରେ ସେ ଟାଟା, କିମ୍ବା ବିର୍ଲାଙ୍କ ନାମ ନେବା କଥା, ହେଲେ ଭୁଲ୍‌ କ୍ରମେ ସେ ମାଲ୍ୟାଙ୍କ ନାଁ ନେଇଥିବାରୁ ଏଥିପାଇଁ ସେ କ୍ଷମା ଚାହୁଁଥିବା କହିଛନ୍ତି ଜୁଏଲ। ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ନ୍ୟାସନାଲ ଟ୍ରାଇବାଲ ଏଣ୍ଟରପ୍ରେନ୍ୟୁର କନକ୍ଲେଭରେ ଯୋଗ ଦେଇଥିଲେ। ଏହି ଅବସରରେ ଅାଦିବାସୀ ଉଦ୍ୟୋଗୀଙ୍କୁ ବ୍ୟାଙ୍କ୍‌ ଋଣ ଦେବା ପ୍ରସଙ୍ଗରେ କହିବା ବେଳେ ସେ ମାଲ୍ୟାଙ୍କୁ ସ୍ମାର୍ଟ ବ୍ୟବସାୟୀ ବୋଲି କହିଥିଲେ। ଏପରିକି ମାଲ୍ୟାଙ୍କ ସ୍ମାର୍ଟନେସକୁ ବେଶ୍ ତାରିଫ କରିଥିଲେ ଜୁଏଲ।

 

You might also like