ଭୁବନେଶ୍ୱର ବିମାନବନ୍ଦରରେ ବଢ଼ିବ ଯାତ୍ରୀ ପରିବହନ କ୍ଷମତା

ଭୁବନେଶ୍ୱର  : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବଢ଼ିବ ଯାତ୍ରୀ ପରିବହନ କ୍ଷମତା। ଆଗକୁ ଏହି ବିମାନବନ୍ଦରରେ ସମସ୍ତ ଆଧୁନିକୀକରଣ ସହ ଏହାର ଯାତ୍ରୀ ପରିବହନ କ୍ଷମତାକୁ ୩ ଗୁଣା ବୃଦ୍ଧି କରାଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା।

ସିହ୍ନା କହିଛନ୍ତି, ଏବେ ୩୦ ଲକ୍ଷ ଯାତ୍ରୀ ପରିବହନ କ୍ଷମତା ଥିବା ବେଳେ ଆଗକୁ ଏହା ୯୦ ଲକ୍ଷ ହେବ। ଏଥିପାଇଁ ଆଉ ଏକ ନୂଆ ଟର୍ମିନାଲ ନିର୍ମାଣ କାମ ଆରମ୍ଭ ହୋଇସାରିଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ୩ ନମ୍ବର ଟର୍ମିନାଲ ନିର୍ମାଣ କାମ ଶେଷ ଲାଗି ୨ରୁ ଅଢେଇ ବର୍ଷ ଲାଗିବ।

ସେହିଭଳି ଆସନ୍ତା ଏପ୍ରିଲ ୧ ତାରିଖରୁ ପାର୍କିଂ ନିୟମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇ ଘରୋଇ ଗାଡ଼ି ଗୁଡ଼ିକ ପାଇଁ ଦେୟମୁକ୍ତ ପାର୍କିଂ ବ୍ୟବସ୍ଥା ହେବ। ବ୍ୟବସାୟିକ ଉଦ୍ଦେଶ୍ୟରେ ଯାଉଥିବା ଗାଡ଼ିଗୁଡ଼ିକ ପାଇଁ ଡ୍ରପିଂ ଫ୍ରି କରାଯାଇଥିବା ବେଳେ ପିକ୍ ଅପ୍ ପାଇଁ ପଇସା ଦେବାକୁ ପଡ଼ିବ।

ସେହିଭଳି ଆଗକୁ ରାଉରକେଲା ଓ ଝାରସୁଗୁଡ଼ା ବିମାନବନ୍ଦରର ଉନ୍ନତିକରଣ ତଥା ଏଠାରୁ ଅଧିକ ବିମାନ ସେବା ଲାଗି ମଧ୍ୟ ଯୋଜନା କରାଯାଉଥିବା ମନ୍ତ୍ରୀ କହିଛନ୍ତି।

 

 

You might also like