• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ବିଭିନ୍ନ ପଡ଼ୋଶୀ ରାଜ୍ୟ ସହିତ ଥିବା ସୀମା ବିବାଦର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସହିତ ସୀମା ବିବାଦ ରହିଛି। ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ଏହାର ସମାଧାନ ହୋଇପାରିବ। ଏଥିପାଇଁ ସର୍ବଦଳୀୟ ବୈଠକ ଡାକିବା ସହିତ ବିଧାୟକଙ୍କୁ ନେଇ ଗୃହ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏହା ସହିତ ଓଡ଼ିଶା ଗୁଇନ୍ଦା ବିଭାଗରୁ ତଥ୍ୟ ନେବାକୁ ଓ ସମାଜର ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ନିଆଯାଉ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏପରିକି ଦରକାର ପଡ଼ିଲେ ଆଇନଗତ ପଦକ୍ଷେପ ନେବାକୁ ଓ କେନ୍ଦ୍ର ସରକାରଙ୍କ ସହାୟତା ନେବାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଓଡ଼ିଶାବାସୀଙ୍କ ସାମାଜିକ, ଆର୍ଥିକ ସ୍ୱାର୍ଥ ସହ ସାଲିସ ନ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Union-minister-dharmendra-pradhan-writes-letter-to-odisha-cm-over-border-dispute
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories