ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବରଗଡ : ବିଜେପିର ଜନ ସଂପର୍କ ପଦଯାତ୍ରାରେ ଯୋଗ ଦେଇ ବରଗଡ ଜିଲ୍ଲା ପଦମପୁରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷ ଜମିକୁ ପାଣି ଯାଉନି, ଶହ ଶହ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି।  ଗଙ୍ଗାଧର ମେହେର ଯୋଜନା କୁଆଡ଼େ ଗଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।

ଏ ସରକାର ଠକିବାରେ ଏକ ନମ୍ବର। ଅପାରଗତା ଲୁଚାଇବାକୁ ମୁମ୍ବାଇରୁ ନାଚିବା, ଗାଇବା ଲୋକଙ୍କୁ ଆଣୁଛନ୍ତି। ଶିକ୍ଷକଙ୍କୁ ଦରମା ଦିଆଯାଇପାରୁନି, ଏଣେ ମୁମ୍ବାଇରୁ ଲୋକ ଅଣାଯାଉଛି। ଏଭଳି ଦିନରେ ବସନ୍ତ, ରାତିରେ ବାସନ୍ତୀ ନୀତି ବନ୍ଦ କରନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

You might also like