ବ୍ରହ୍ମପୁର: ନିଜେ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଥିଲାବେଳେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ କଲେନି। ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ନବୀନଙ୍କ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ନେଇ ବର୍ଷିଲେ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି ଯେ ନିଜେ କେନ୍ଦ୍ରମନ୍ତ୍ରୀ ଥିବାବେଳେ କାହିଁକି କରାଇ ଦେଲେନି। ସ୍ୱତନ୍ତ୍ର ରାଜ୍ୟ ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରିପାରୁନି ରାଜ୍ୟ। ତେଣୁ ସ୍ୱତନ୍ତ୍ର ରାଜ୍ୟ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ଏନଡିଏ ସମୟରେ ୟୁପିଏ ଠାରୁ ୪ ଗୁଣା ଅଧିକ ଅନୁଦାନ ଓଡ଼ିଶା ପାଇଛି। କିନ୍ତୁ ରାଜ୍ୟ ସରକାର ଠିକ୍ ଭାବେ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି। ବିଜେଡିର ଅଧିକ ସାଂସଦ ଅଛନ୍ତି। ଉନ୍ନତିମୂଳକ କାମ ହେଉନଥିଲେ ସେମାନେ ହିଁ ଦାୟୀ ବୋଲି ସେ କହିଛନ୍ତି।
ସୂଚନାଥାଉକି, ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଭର୍ଚୁଆଲ୍ ମୋଡ୍ରେ ଯୋଗଦେଇ ଉଭୟ ବିଜେପି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି କହିଛନ୍ତି। ଉଭୟ ଜାତୀୟ ଦଳ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାକୁ ଏକ ନମ୍ବର ଏଜେଣ୍ଡାରେ ରଖିଥିଲେ, କିନ୍ତୁ ନିର୍ବାଚନ ପରେ ଭୁଲିଗଲେ। ଓଡ଼ିଆ ଅସ୍ମିତା କଥା ଉଠାଇ ନବୀନ କହିଥିଲେ ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ। ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଲାଗି ଜାତୀୟ ଦଳର ରାଜ୍ୟ ନେତାଙ୍କର ଭଏସ୍ ନାହିଁ। କଂଗ୍ରେସ ସରକାର ଦିଲ୍ଲୀରୁ ରିମୋଟ୍ କଣ୍ଟ୍ରୋଲ୍ ଦ୍ୱାରା ଚାଲୁଥିଲା, ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ସେମାନଙ୍କ ଜାତୀୟ ନେତାଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ବୋଲି ନବୀନ ସମାଲୋନା କରିଥିଲେ।