ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତିର୍ତ୍ତୋଲରେ ପ୍ରଚାରବେଳେ ମାଆ ଶାରଳା ପୀଠରେ ପହଞ୍ଚିଥିବାବେଳେ ଏନେଇ ପଚରାଯିବାରୁ ସେ ମନ୍ଦିର ଖୋଲିବା ସପକ୍ଷରେ ମତ ଦେଇଛନ୍ତି। ଶ୍ରୀମନ୍ଦିର ସହ  ସମଲେଶ୍ୱରୀ, ଶାରଳା ଆଦି ମନ୍ଦିର ଖୋଲିବା ଉଚିତ ବୋଲି ସେ କହିଛନ୍ତି।

ଅନ୍ୟ ରାଜ୍ୟରେ ମନ୍ଦିର ଖୋଲିଲାଣି। ସେଠାରେ ରାଜ୍ୟ ସରକାର କଟକଣା ସହ ଶ୍ରଦ୍ଧାଳୁଙ୍କୁ ଭଗବାନଙ୍କ ଦର୍ଶନ ଲାଗି ସୁଯୋଗ ଦେଉଛନ୍ତି। ଏଣୁ ଆମ ରାଜ୍ୟରେ ମଧ୍ୟ ମନ୍ଦିର ଖୋଲିବା ଉଚିତ୍ ବୋଲି ଧର୍ମେନ୍ଦ୍ର କହିଛନ୍ତି। କଟକଣା ସହ ଦର୍ଶନ ସୁଯୋଗ ଦେବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି।

You might also like