‘ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ବଡ଼ କଣ୍ଟେନମେଣ୍ଟ ଜୋନ୍‌ କର’

ଟେନସନ ଦେଲାଣି କରୋନା

ନୂଆଦିଲ୍ଲୀ: କରୋନାର ଲେଉଟାଣି ଲହର ନେଇ ସବୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଲେଉଟାଣି ଲହର ନେଇ ସତର୍କ ସହ ପଦକ୍ଷେପ ପାଇଁ ଦେଲେ ପରାମର୍ଶ। ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ପାଇଁ ସଚେତନ କରାଯାଉ, ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ବଡ଼ ଆକାରରେ କଣ୍ଟେନମେଣ୍ଟ କରିବାକୁ ବି ଦେଲେ ପରାମର୍ଶ। କେବଳ ଟେଷ୍ଟ, ଟ୍ରିଟ୍, ଟ୍ରାକ୍ ସଂକ୍ରମଣ ରୋକିବ, ପଦକ୍ଷେପ ନିଅନ୍ତୁ ବୋଲି କହିଲେ। ଏହାସହ ଡିଷ୍ଟ୍ରି ଆକ୍ସନ ପ୍ଲାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କହିବା ସହ RTPCR ଟେଷ୍ଟ ଅତି କମରେ ୭୦ ପ୍ରତିଶତ କରିବାକୁ ଦେଲେ ପରାମର୍ଶ। ତେବେ କରୋନା ଦେଶରେ ହୁ ହୁ ହୋଇ ବଢୁଥିବାରୁ ସ୍ୱାସ୍ଥ୍ୟ ସଚିବ ଆଜି ବୈଠକ କରିଥିବା ନେଇ ସୂଚନା ମଧ୍ୟ ମିଳିଛି। କେବଳ ଏତିକି ନୁହେଁ ବରଂ ନିୟମ ପାଳନ ପାଇଁ ପୋଲିସକୁ ବ୍ୟବହାର ପାଇଁ ପରାମର୍ଶ ବି ଦେବା ସହ କେସ୍ ବହୁଳ ଜିଲ୍ଲାରେ ୨ ସପ୍ତାହରେ ୪୫ ବର୍ଷରୁ ଅଧିକଙ୍କୁ ଟିକାକରଣ ସାରନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ।

ତେବେ ଦେଶରେ ଉପର ମୁହାଁ ରହିଛି କରୋନା ଗ୍ରାଫ୍। ୨୪ ଘଣ୍ଟାରେ ୫୬ ହଜାର ୨୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୦ ଲକ୍ଷ ୯୫ ହଜାର ୮୫୫କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ମୋଟ କରୋନା ଜନିତି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୧୧୪କୁ ବୃଦ୍ଧି ପାଇଛି। ଏବେସୁଦ୍ଧା ସୁସ୍ଥ ହେଲେଣି ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ଜଣ। ଆକ୍ଟିଭ୍‌ କେସ୍ ରହିଛି ୫ ଲକ୍ଷ ୪୦ ହଜାର ୭୨୦ ବୋଲି ସୂଚନା ମିଳିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୬ କୋଟି ୧୧ ଲକ୍ଷ ୧୩ ହଜାର ୩୫୪ ଜଣ ଟିକା ନେଇସାରିଲେଣି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

You might also like