ଭୁବନେଶ୍ୱର : ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ପଶି ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ । ଦୁଇଟି ବାଇକ୍, ୨ଟି ସ୍କୁଟି ଓ ଗୋଟିଏ ମାରୁତି ଗାଡ଼ିକୁ ପୋଡ଼ି ଦେଇଛନ୍ତି । ଗତକାଲି ରାତିରେ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ଘଟିଛି ଘଟଣା ।
ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରୟ ରାତିରେ ଖାଇ ଶୋଇଥିଲେ । ବିଳମ୍ବିତ ରାତି ୧ଟା. ୩୦ ମିନିଟରେ ଜୋରରେ ଶବ୍ଦ ହେବା ପରେ କୁକୁର ଭୋକିଥିଲା । ଏହାପରେ ଅଶୋକ ଉଠି ଦେଖିଲା ବେଳକୁ ତାଙ୍କ ଗାଡ଼ି ପୋଡ଼ି ଯାଇଥିବା ଦେଖିଥିଲେ । ପ୍ରାୟ ୮ରୁ ୧୦ ଲକ୍ଷ ଟଙ୍କାର ଗାଡ଼ି ପୋଡ଼ି ଯାଇଥିବା ସେ ଅଭିଯୋଗ କରିଛନ୍ତି ।
କାରଣ ସ୍ପଷ୍ଟ ଜଣା ପଡ଼ିନଥିବା ବେଳେ କିଏ କେଉଁ ଉଦ୍ଦେଶ୍ୟ ରଖି ଏଭଳି କାଣ୍ଡ ଭିଅାଇଛି ସେ ଜାଣି ନାହାନ୍ତି ବୋଲି କହିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି।
Published By: Odishatv Bureau
Last updated: 26 September 2018, 08:01 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।